Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଭାସିଗଲା ପୋଲ;୪ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀ:ବାତ୍ୟା ଅର୍ଣ୍ଣବର ପ୍ରଭାବରେ କନ୍ଧମାଳରେ ପ୍ରବଳ ବର୍ଷା । ବର୍ଷାର ପ୍ରଖର ସ୍ରୋତରେ ଭାସି ଯାଇଛି ପୋଲ। ଫଳରେ ରାଇକିଆ ବ୍ଲକର ୪ଟି ପଞ୍ଚାୟତ ଏବେ ବ୍ଲକ ମୁଖ୍ୟାଳୟଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ମାଲାଗୁଡ଼ା ନିକଟରେ ଥିବା ପୋଲଟି ପ୍ରବଳ ବର୍ଷା ଓ ଜଳସ୍ରୋତରେ ଧୋଇ ହୋଇଯାଇଛି। ଫଳରେ କରଡ଼ା, ବଡ଼ବାରବା, ଇନ୍ଦ୍ରଗଡ଼ ଓ ରଣବା ଭଳି ୪ଟି ପଞ୍ଚାୟତର ହଜାର ହଜାର ଲୋକ ରାଇକିଆ ବ୍ଲକ ମୁଖ୍ୟାଳୟ ସହ ଯୋଗାଯୋଗ ହରାଇଛନ୍ତି।

ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟ ଓ ଜରୁରୀକାଳୀନ ରୋଗୀ ସେବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି। ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଯୋଗାଣ ଓ ବଜାରକୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ପଞ୍ଚାୟତର ଆଦିବାସୀ ନେତା ଶର୍ମା ମାଝୀ କହିଛନ୍ତି, ଏଭଳି ବର୍ଷା ଆମ ଆଗରୁ କେବେ ଦେଖିନୁ, କନ୍ଧମାଳରେ ବର୍ଷା ଲଗାତାର ବର୍ଷୁଛି । ପ୍ରଶାସନ ସହାୟତା ସହ ତୁରନ୍ତ ପୋଲ ନିର୍ମାଣ ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ।

Leave A Reply

Your email address will not be published.