Latest Odisha News

BREAKING NEWS

ମହାକାଶକୁ ଯିବ ନାଭିଗେସନ ସାଟେଲାଇଟ୍ NVS-03

ବ୍ୟୁରୋ: ଇସ୍ରୋ ଶ୍ରୀହରିକୋଟାରୁ GSLV -F18 ରକେଟ୍ ମାଧ୍ୟମରେ NVS-03 ନେଭିଗେସନ୍ ସାଟେଲାଇଟ୍ ଉତକ୍ଷେପଣ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ରାତି ୧୧ଟା ୫୧ ମିନିଟରେ GSLV -F18 ରକେଟ୍ ଜରିଆରେ ନେଭିଗେସନ ସାଟେଲାଇଟ୍ ବା ଦିଗ ନିର୍ଣ୍ଣାୟକ ଉପଗ୍ରହ NVS-03କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଂଚ ପ୍ୟାଡରୁ ଏହି ଉତକ୍ଷେପଣ ହେବ । ଏହି ମିଶନ ଭାରତର ଜିଓସିଙ୍କ୍ରୋନନ୍ସ ସାଟେଲାଇଟ ଲଂଚ ଭେଇକିଲ (GSLV) ର ୨୦ତମ ଉଡାଣ । ଏହି ରକେଟ୍ ଉପଗ୍ରହକୁ ଜିଓ ସିଙ୍କ୍ରୋନନ୍ସ ଟ୍ରାନ୍ସଫର ଅର୍ବିଟ (GTO) ବା ଭୂ-ସମକାଳୀନ ସ୍ଥାନାନ୍ତର କକ୍ଷପଥରେ ସ୍ଥାପନ କରିବ । NVS-03 ହେଉଛି ଦ୍ୱିତୀୟ ପିଢୀର ତୃତୀୟ ନେଭିଗେସନ ସାଟେଲାଇଟ୍ । ଯାହା ନେଭିଗେସନ ଉଇଥ୍ ଇଣ୍ଡିଆନ କନଷ୍ଟଲେସନ ବ୍ୟବସ୍ଥାର ନିରନ୍ତରତା ବଜାୟ ରଖିବ ଏବଂ ଏହାକୁ ସୁଦୃଢ କରିବାକୁ ଡିଜାଇନ ହୋଇଛି । ସଠିକ ସ୍ଥାନର ନିର୍ଣ୍ଣୟ କ୍ଷମତାକୁ ବୃଦ୍ଧି କରିବାକୁ ଏହି ଉପଗ୍ରହରେ ଅନ୍ୟ ସ୍ଥାନରୁ ସଂଗୃହିତ ପରମାଣୁ ଘଂଟା ସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ ଘଂଟା ମଧ୍ୟ ଲାଗିଛି । NavLC ବ୍ୟବସ୍ଥା ଭାରତୀୟ ଭୂ-ଖଣ୍ଡ ଏବଂ ଏହାର ସୀମାଠାରୁ ୧୫ଶହ କିଲୋମିଟର ଯାଏ ଅଂଚଳରେ ସ୍ଥାନ ନିର୍ଣ୍ଣୟ, ଦିଗ ନିର୍ଣ୍ଣୟ ଏବଂ ସମୟ ସମ୍ବନ୍ଧୀୟ ସେବା ଯୋଗାଏ । ଆଜି ରାତିରେ ଏହି ସଫଳ ଉତକ୍ଷେପଣ ଦ୍ୱାରା NavLCର ମୌଳିକ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ ହେବ । ଏହା ଭବିଷ୍ୟତରେ ହେବାକୁ ଥିବା NVS-04 ଏବଂ NVS-05 ଉତକ୍ଷେପଣ ପାଇଁ ମୂଳଦୂଆ ପକାଇବ । ଯାହା ଭାରତର ସ୍ୱାଧୀନ ନେଭିଗେସନ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ସୁଦୃଢ କରିବାରେ ସହାୟକ ହେବ ।

Leave A Reply

Your email address will not be published.