ନୂଆଦିଲ୍ଲୀ : ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବା ପାଇଁ ଲୋକେ କେତେ କଠୋର ପରିଶ୍ରମ କରନ୍ତି। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ୧୦ଟି ଗଛ ଲଗାଇଲେ ଆପଣ ଗ୍ରାଜୁଏସନ୍ ଡିଗ୍ରୀ ମିଳିଯିବ, ତେବେ ଆପଣ କ’ଣ କହିବେ? ଗଛର ସଂଖ୍ୟା କମୁଥିବା ଦେଖି ଏକ ଦେଶରେ ଏପରି ଏକ ଅଦ୍ଭୂତ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ, ଗ୍ରାଜୁଏସନ୍ ଡିଗ୍ରୀ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତି କମରେ ୧୦ଟି ଗଛ ଲଗାଇବା ବାଧ୍ୟତାମୂଳକ। ସରକାର ଏହି ନିୟମକୁ ଅଧିକାରିକ ଭାବେ ଲାଗୁ କରିଛନ୍ତି।
ପରିବେଶ ସୁରକ୍ଷା ସହିତ ଶିକ୍ଷା
ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ପଢ଼ିବା ସହିତ ପରିବେଶ ସୁରକ୍ଷାରେ ମଧ୍ୟ ଅବଦାନ ରଖନ୍ତୁ। ଏହି ନିୟମ ଅନୁସାରେ, ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ତେବେ ହିଁ ପାଇପାରିବେ, ଯେତେବେଳେ ସେମାନେ ଗଛଲଗାଇଥିବାର ପ୍ରମାଣ ଦେବେ। ଏହା ପଛରେ ଉଦ୍ଦେଶ୍ୟ ହେଉଛି ପ୍ରତିବର୍ଷ ଲକ୍ଷ ଲକ୍ଷ ନୂଆ ଗଛ ଲଗାଇ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ପରିବେଶ ତିଆରି କରିବା। ଏହି ପଦକ୍ଷେପ ଶିକ୍ଷାକୁ ଏକ ଦାୟିତ୍ୱ ସହ ଯୋଡ଼ିଛି।
ଫିଲିପାଇନ୍ସରେ ଗ୍ରାଜୁଏସନ୍ ପାଇଁ ୧୦ଟି ଗଛ
ବିଶ୍ୱର ବିଭିନ୍ନ ଦେଶରେ ଗ୍ରାଜୁଏସନ୍ ଡିଗ୍ରୀ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। କିନ୍ତୁ ଫିଲିପାଇନ୍ସରେ ଗ୍ରାଜୁଏସନ୍ ଡିଗ୍ରୀ ପାଇଁ କେବଳ ପରୀକ୍ଷା ପାସ୍ କରିବା ଯଥେଷ୍ଟ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କୁ ୧୦ଟି ଗଛ ଲଗାଇବା ବାଧ୍ୟତାମୂଳକ। ଫିଲିପାଇନ୍ସ ସରକାର ଏକ ଆଇନ ଲାଗୁ କରିଛନ୍ତି, ଯେଉଁଥିରେ ବୃକ୍ଷରୋପଣ, ଡିଗ୍ରୀ ପାଇଁ ଏକ ଶର୍ତ ହୋଇଛି।
Comments are closed.