ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହମ୍ମଦ ସିରାଜ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସିରିଜରେ ୨୩ଟି ୱିକେଟ ଅକ୍ତିଆର କରିଥିଲେ । ଏବେ ଭାରତୀୟ ଟିମ କିଛି ଦିନ ବ୍ରେକ ପରେ ସେପ୍ଟମ୍ବରରେ ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟ ଖେଳିବ । ଟିମ ଇଣ୍ଡିଆ ଏସିଆ କପ ୨୦୨୫ରେ ଖେଳିବ । ଏଥର ଏହା ଟି୨୦ ଫର୍ମାଟରେ ଖେଳାଯିବ । ସିରାଜ ଟିମ ଇଣ୍ଡିଆରେ ସ୍ଥ୍ାନ ପାଇବା ଆଶା କ୍ଷୀଣ ରହିଛି । ଟେଷ୍ଟ ଏବଂ ଦିନିକିଆରେ ସିରାଜ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଟି୨୦ରେ ସେଭଳି ପ୍ରଭାବିତ କରିପାରି ନାହାନ୍ତି । ୨୦୨୪ରେ ଶ୍ରୀଲଙ୍କା ବିପକ୍ଷରେ ସେ ଭାରତ ପକ୍ଷରୁ ଶେଷ ଥର ଟି୨୦ ମ୍ୟାଚ ଖେଳିଥିଲେ ।
ଏହା ପରେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ଟି୨୦ରେ ତାଙ୍କୁ ସୁଯୋଗ ମିଳି ନ ଥିଲା । ମୂଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଟି୨୦ରେ ସିରାଜ ଖେଳିବା ସପକ୍ଷରେ ନାହାନ୍ତି । ସିରାଜ ୧୬ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ୭.୭୯ ଆଭରେଜରେ ୧୪ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୪ ଟି୨୦ ବିଶ୍ୱକପ ବିଜୟୀ ଟିମର ମଧ୍ୟ ସେ ସଦସ୍ୟ ଥିଲେ । ଆରମ୍ଭରୁ କେତୋଟି ମ୍ୟାଚରେ ମଧ୍ୟ ସେ ଖେଳିଥିଲେ । ସିରାଜଙ୍କୁ ଏସିଆ କପ ଦଳରେ ସାମିଲ କରାଯିବ କି ନାହିଁ ତାହା ବର୍ତମାନ ଚୟନ କମିଟିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।
Comments are closed.