ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଦଳିବାକୁ ଯାଉଛି ଅଟୋସେବା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଧାନୀର ଅଟୋ ଚାଳକ ମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍ ବାଧ୍ୟତାମୂଳକ ହେବ। ସବୁ ଅଟୋ ଚାଳକଙ୍କ ପାଇଁ ବୀମାର ବ୍ୟବସ୍ଥା କରାଯିବ ।
ଏହାସହ ୱେବ୍ସାଇଟ୍ ଓ ଆପ୍ ଜରିଆରେ ଅଟୋ ବୁକ କରିପାରିବେ ରାଜଧାନୀବାସୀ । ଏଭଳି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିସନରେଟ୍ ଟ୍ରାଫିକ୍ ପୁଲିସ।
ଏହାକୁ ଜାନୁଆରୀ ୨ ତାରିଖରେ ଶୁଭାରମ୍ଭ କରାଯିବା ନେଇ ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଅଟୋ ଚାଳକମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପରେ ଭୁବନେଶ୍ବରକୁ ଆସୁଥିବା ରାଜ୍ୟର ସମସ୍ତ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ପ୍ଲାନ ହୋଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।