ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଏହି ରୋମାଂଚକ କ୍ରିକେଟ ସିରିଜରେ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯେତେବେଳେ ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଟିମ ଏହି ଗସ୍ତରେ ଯାଇଥିଲା । ସେ ସମୟରେ ଦଳଠାରୁ ଏ ଭଳି ପ୍ରଦର୍ଶନ ଆଶା କରାଯାଇ ନ ଥିଲା । ସିରିଜ ପୂର୍ବରୁ ଅନେକ ପୂର୍ବତନ ଖେଳାଳି ଏହାର ଫଳାଫଳ ନେଇ ଭବିଷ୍ୟବାଣୀ କରିଥିଲେ । ମାଇକେଲ କ୍ଲାର୍କ କହିଥିଲେ ଭାରତ ୩-୨ରେ ସିରିଜ ଜିତିବ । ତାଙ୍କ ବ୍ୟତୀତ ଗ୍ରୀମ ସ୍ୱାନ(୪-୧), ଜୋସ ବଟଲର (୪-୧), ଡେଭିଡ ଲୟଡ(୪-୧) ଓ ଫିଲ ଟଫନେଲ ୩-୧ରେ ଇଂଲଣ୍ଡ ଜିିତିବ ବୋଲି କହିଥିଲେ ।
ଆକାଶ ଚୋପ୍ରା ଓ ଡେଲ ଷ୍ଟେଇନ ୩-୨ରେ ଇଂଲଣ୍ଡ ଜିିତିବ ବୋଲି କହିଥିଲେ । ତେବେ ଏମାନଙ୍କ କାହା କଥା ସତ୍ୟ ହୋଇ ନ ଥିଲା । ଭାରତର ପୂର୍ବତନ କ୍ରିକେଟର ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ମେଂଟର ଦୀନେଶ କାର୍ତିକଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଠିକ ହୋଇଥିଲା । ୪୦ ବର୍ଷୀୟ ଏହି ପୂର୍ବତନ କ୍ରିକେଟର ସିରିଜ ୨-୨ରେ ଡ୍ର ରହିବ ବୋଲି ଦୃଢ଼ତା ସହକାରେ କହିଥିଲେ । ଦୀନେଶ ଭାରତ ପକ୍ଷରୁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ ଟି୨୦ ମ୍ୟାଚ ଖେଳିଛନ୍ତି ।
Comments are closed.