ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତେଲ କିଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ବଡ଼ ଶୁଳ୍କ ଲାଗୁ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।
ଭାରତ ଓ ଆମେରିକା ଉଭୟ ୨୫% ଶୁଳ୍କରେ ରାଜି ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଏକ ସାକ୍ଷାତକାରରେ କହିଛନ୍ତି। ଏପରିକି ଆମେରିକୀୟ ସାମଗ୍ରୀ ଉପରେ ଦେଶର ଉଚ୍ଚ ଶୁଳ୍କ ହାର ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଉତ୍ତେଜନା ସୃଷ୍ଟି କରିଛି। ଋଷ ସହିତ ଭାରତ ଯଦି କୌଣସି ବ୍ୟବସାୟ କରେ ତେବେ ଆମେରିକା ଏହାକୁ ସହ୍ୟ କରିବ ନାହିଁ ଓ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବା ନେଇ କୁହାଯାଇଛି।
ଯଦି ଗ୍ଲୋବାଲ ଏନର୍ଜି ମୂଲ୍ୟ ହ୍ରାସ ପାଏ, ତେବେ ପୁଟିନ ଲୋକଙ୍କୁ ହତ୍ୟା କରିବା ବନ୍ଦ କରିଦେବେ କାରଣ ଯଦି ଏନର୍ଜି ମୂଲ୍ୟ ବ୍ୟାରେଲ ପିଛା ୧୦ ଡଲାର ହ୍ରାସ ପାଏ ତେବେ ଋଷର ଅର୍ଥନୀତି ଭୁଶୁଡ଼ି ପଡ଼ିବା ନେଇ ଟ୍ରମ୍ପ କହିଛନ୍ତି।
ଅଶୋଧିତ ତୈଳ ରପ୍ତାନି ଉପରେ ଭାରତୀୟ ରିଫାଇନାରୀଗୁଡ଼ିକୁ ଟାର୍ଗେଟ କରିବା ନେଇ ଆମେରିକା ଏବଂ ୟୁରୋପୀୟ ସଂଘକୁ ସୋମବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟ ସମାଲୋଚନା କରିବା ସହ ପ୍ରତିକ୍ରିୟା ରଖିଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଯେଉଁମାନେ ଭାରତକୁ ଟାର୍ଗେଟ କରୁଛନ୍ତି ସେମାନେ ନିଜେ ମଧ୍ୟ ରୁଷ ସହିତ ବାଣିଜ୍ୟ କାରବାରରେ ନିୟୋଜିତ।
Comments are closed.