Latest Odisha News

BREAKING NEWS

ବିପୁଳ ସଂଖ୍ୟାରେ କଇଁଛ ଚୋରାଚାଲାଣ, ୩ ଗିରଫ

ମାଲକାନଗିରି: କଇଁଛ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ବନ ବିଭାଗ । ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ଚଢ଼ଉ କରିଛି ବନ ବିଭାଗ । ଏହି ସମୟରେ ୧୦୭୮ କଇଁଛ ଜବତ କରିଛି ମୋଟୁ ବନ ବିଭାଗ । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।

ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ ଚାଲାଣ ହେଉଥିଲା ୧୦୭୮ କଇଁଛ । ଏମପିଭି-୬୫ ଗ୍ରାମକୁ ଚାଲାଣ ବେଳେ ହୋଇଥିଲା ଚଢ଼ଉ । ଚୋରାଚାଲାଣରେ ବ୍ୟବହୃତ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ବନ ବିଭାଗ । କଇଁଛ ଜବତ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବନ ବିଭାଗ ।

Comments are closed.