କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସପି ।
ସୂଚନାମୁତାବକ,ଗତକାଲି ଘର ଭିତରେ ଜଣେ ଯୁବତୀ ଜୀବନ୍ତ ଜଳିଗଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି ।
ତେବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ପଲେଇ ବାବୁଙ୍କୁ ନେଇ ଅଭିଯୋଗ କରିଥିଲେ ମୃତକଙ୍କ ବାପା । ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡ଼ିତାଙ୍କ ବାପା । ଝିଅର ଅଭିଯୋଗ ଏଏସ୍ଆଇ ରଖି ନ ଥିବା ଅଭିଯୋଗ କରିଥିଲେ ।
Comments are closed.