ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି।
ପୂର୍ବରୁ ଭାରତୀୟ ନୌସେନା ଆମେରିକା ଠାରୁ ପି-୮୧ ସମୁଦ୍ର ବିମାନ କିଣିବା ପାଇଁ ଏକ ଚୁକ୍ତି କରିଥିଲା। ତେବେ ଆମେରିକା ଭାରତ ଉପରେ ମୋଟ ୫୦% ଶୁଳ୍କ ଲଗାଇଛି। ଅର୍ଥାତ୍ ୭ ଅଗଷ୍ଟରୁ ୨୫% ଶୁଳ୍କ ଲାଗୁ ହେବା ସହିତ ୨୭ ଅଗଷ୍ଟରୁ ଅତିରିକ୍ତ ୨୫% ଶୁଳ୍କ ଲାଗୁ ହେବ। ଏହାର ଜବାବରେ ଭାରତ ଆମେରିକା ଠାରୁ ଏଫ୍-୩୫ ଷ୍ଟିଲ୍ଥ ଲଢ଼ୁଆ ବିମାନ କିଣିବାକୁ ମଧ୍ୟ ମନା କରିଦେଇଛି। ତେବେ ଟ୍ରମ୍ପ ଏହି ଶୁଳ୍କ ଗତ ଅଗଷ୍ଟ ୬ ରେ ଲଗାଇବାର ମାତ୍ର ଗୋଟେ ଦିନ ପରେ ଅର୍ଥାତ୍ ୭ ଅଗଷ୍ଟ ରେ ଭାରତ ଵୋଇଂ ଚୁକ୍ତିକୁ ବାତିଲ କରିଦେଇଛି।
ଭାରତୀୟ ନୌସେନାକୁ ଦିଆଯିବାକୁ ଥିବା ଏହି ଆମେରିକୀୟ ବିମାନଗୁଡ଼ିକ ଅତ୍ୟନ୍ତ ଆଧୁନିକ ଏବଂ ଉନ୍ନତ ଧରଣ ର ଥିବା ସହ ସେଗୁଡିକ ୩୫୦ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଞ୍ଜ ର ଥିଲା। ବର୍ତ୍ତମାନ୍ ଏହା ପରେ ଭାରତ ଫ୍ରାନ୍ସ ସହ ଏହାର ବିକଳ୍ପ ପାଇଁ ଆଲୋଚନା କରୁଥିବା ରିପୋର୍ଟରୁ ଜଣାପଡ଼ିଛି।
Comments are closed.