ବରଦଡ଼: ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ଏନେଇ ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ.ଜି ଦେଇଛନ୍ତି ସୂଚନା। ଡାକ୍ତର ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସ୍ପି। ବୁର୍ଲା ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା। ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକା।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପୁଣି ସଂକଟାପନ୍ନ ଅବସ୍ଥାରେ ବୁର୍ଲା ଭିମସାର୍କୁ ସ୍ଥାନାନ୍ତରିତ କରାଯାଇଥିଲା।
ତେବେ ଏଯାଏ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମାମୁଁ ଘରେ ରହି ପାଠପଢ଼ୁଥିବା ଜଣାଯାଇଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ପୋଡ଼ିକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ନାବାଳିକା ଝିଅକୁ କିଏ ଜାଳିଦେଲା ନା ସେ ନିଜେ ପୋଡ଼ି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।
Comments are closed.