Latest Odisha News

BREAKING NEWS

ବିବାହ କରିବେ ପ୍ରଭାସ, ସୂଚନା ଦେଲେ ମାଉସୀ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ବେଶୀ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକମାନେ ତାଙ୍କ ବିବାହ ଖବର ଶୁଣିବା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ପରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭଗବାନଙ୍କ ଶିବଙ୍କ କୃପାରେ ପ୍ରଭାସଙ୍କ ବିବାହ ଖୁବ ଶୀଘ୍ର ହେବ । ପୂର୍ବରୁ ଅନୁଷ୍କା ଶେଟ୍ଟୀ, କାଜଲ ଅଗ୍ରୱାଲ, ନମିତା, ଏଲିନା ଡିକ୍ରୁଜ ଓ କ୍ରିତି ସାନୋନଙ୍କ ସହ ପ୍ରଭାସଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଖବରମାନ ପ୍ରକାଶ ପାଇଥିଲା ।

ଏବେ ସେ ତାଙ୍କର ଆଗାମୀ ଫିଲ୍ମ ଦି ରାଜା ସାବରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ଏକ ଭିନ୍ନ ଧରଣର ଚରିତ୍ରରେ ଅଭିନୟ କରିବେ । ଫିଲ୍ମରେ ଏକ ନୂତନ ଧରଣର ସଙ୍ଗୀତ ଦିଆଯିବ । ଅଡିଓ କମ୍ପାନୀ ଏ ନେଇ ୪୦ କୋଟି ଟଙ୍କା ବିନିଯୋଗ କରିଛି । ଥାମନ କହିଛନ୍ତି ଯେ, ସମଗ୍ର ଭାରତରେ ଯେପରି ଗୀତଗୁଡିକ ଆଦୃତ ଲାଭ କରିବ ସେ ନେଇ ଉଦ୍ୟମ କରାଯାଉଛି । ପ୍ରଭାସଙ୍କ ସହ ଏହି ଫିଲ୍ମରେ ମାଳବିକା ମୋହନ, ନିଧି ଅଗ୍ରୱାଲ ଓ ରିଦ୍ଧି କୁମାର ଅଭିନୟ କରୁଛନ୍ତି । ଏହି ହରର ଫିଲ୍ମରେ ୩ଜଣ ନାୟିକା ଥିବାରୁ ଏହାର କାହାଣୀ ରୋଚକ ହୋଇଥିବ ବୋଲି ଅନୁମାନ କରାଯାଉଛି ।

Comments are closed.