Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ପୋଷ୍ଟର: ଆତଙ୍କବାଦୀ କରିବେ ଆକ୍ରମଣ, ଭାଙ୍ଗିଦେବେ ମନ୍ଦିର

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

ମନ୍ଦର କାନ୍ଥରେ ଆତଙ୍କବାଦୀ ମନ୍ଦିର ଭଙ୍ଗିବେ ବୋଲି ଏହି ଲେଖାରେ ଉଲ୍ଲେଖ ରହିଛି। ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ବୋଲି ଦୁଇଟି ସ୍ଥାନରେ କଡା ଚେତାବନୀ ଦେଇ ହାତରେ କେହି ଲେଖିଥିବା ନଜରକୁ ଆସିଛି। ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୃର୍ବୁତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି।

Comments are closed.