Latest Odisha News

BREAKING NEWS

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ଦ୍ୱିତୀୟ ସ୍ଥାନରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି । ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଦିନିକିଆରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ୫ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତୃତୀୟ ଭାରତୀୟ ଭାବେ ବିରାଟ କୋହଲି ୪ର୍ଥ ସ୍ଥାନରେ ରହିଛନ୍ତି । ରୋହିତଙ୍କ ରେଟିଂ ପଂଏଟ ୭୫୬ ଓ କୋହଲିଙ୍କ ୭୩୬ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ପାକିସ୍ତାନର ବାବର ଭଲ ପ୍ରଦର୍ଶନ ନ କରିବା ଯୋଗୁ ରୋହିତ ଫାଇଦାରେ ରହିଥିଲେ । ଭାରତୀୟ ଟିମ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଉଭୟ ଦେଶ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ ।

ଦିନିକିଆ ର‌୍ୟାଙ୍କିଙ୍ଗରେ ପ୍ରଥମ ୧୫ଜଣଙ୍କ ମଧ୍ୟରେ ଶ୍ରେୟାଶ ଆୟାର ଓ କେଏଲ ରାହୁଲ ମଧ୍ୟ ରହିଛନ୍ତି । ଶ୍ରେୟାଶ ୮ମ ଓ ରାହୁଲ ୧୫ତମ ସ୍ଥାନରେ ରହିଛନ୍ତି । ରୋହିତ ଓ କୋହଲି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ଦିନିକିଆ କ୍ରିକେଟରେ ଉଭୟ ଖେଳିବା ଜାରୀ ରଖିଛନ୍ତି । ଗିଲଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ ଟିମ ନିକଟରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ଏବେ କୋହଲି ଓ ରୋହିତଙ୍କ ଦିନିକିଆ କ୍ୟାରିୟର ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.