ଭୁବନେଶ୍ୱର: ପିପିଲି ଅଞ୍ଚଳରେ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ଜଣାପଡ଼ିଛି।
ପୀଡିତାଙ୍କ ନାମ ଅର୍ଚ୍ଚନା ଦାସ (୩୭) ବୋଲି ଚିହ୍ନଟ କରାଯାଇଛି। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ।
ସୂଚନା ଅନୁଯାୟୀ, ଅର୍ଚ୍ଚନା ପିପିଲିର ଜୟପୁର ଛକ ନିକଟସ୍ଥ ନବୀନ ନିବାସରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ସ୍ୱାମୀ ଏକ ଜିମ୍ ଚଳାନ୍ତି। ତେବେ ଘର ନିକଟସ୍ଥ ଦୋକାନୀମାନେ ନିଆଁ ଦେଖି ପାଟିତୁଣ୍ଡ କରିବା ସହ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ। ତାଙ୍କ ଦିଅର ମଧ୍ୟ ଜିମ୍ ରୁ ଆସି ନିଆଁ ଲିଭାଇଥିଲେ। ପରେ ତାଙ୍କୁ ଏକ ଅଟୋରେ ପିପିଲି ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅପରପକ୍ଷରେ ସେ ୬୦% ପୋଡ଼ିଯାଇଥିବା କୁହାଯାଉଛି। ତେବେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.