ବଡ଼ବିଲ:ବାପା-ମାଙ୍କ ଝଗଡ଼ା ଛଡ଼ାଇବାକୁ ଯାଇ ପ୍ରାଣ ହରାଇଲେ ପୁଅ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ଚନ୍ଦନ ଓରଫ୍ ପପୁ ନାଏକ । ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛନ୍ତି ।
ଖବରମୁତାବକ, ଗୁମୁରା ଗାଁର ଦେବୁ ନାଏକ ଶନିବାର ଦିନ କୌଣସି କାରଣକୁ ନେଇ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ । କଳହ ଉଗ୍ରରୂପ ନେବାରୁ ପୁଅ ପପୁ ଏହାକୁ ବିରୋଧ କରିଥିଲେ । ବାପାଙ୍କୁ ଝଗଡ଼ା ନକରିବାକୁ କହିଥିଲେ । କିନ୍ତୁ ଉତ୍ତ୍ୟକ୍ତ ହୋଇ ବାପା ଦେବୁ ହଠାତ୍ ଏକ ଧାରୁଆ ଛୁରୀରେ ପୁଅ ପପୁଙ୍କୁ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ପପୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ପପୁଙ୍କ ସ୍ତ୍ରୀ ଏବଂ ତାଙ୍କ ଭାଇ ତୁରନ୍ତ ଏକ ଅଟୋ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
