ପୁରୀ: ଆଜି ଶ୍ରାବଣ ମାସର କୃଷ୍ଣ ସପ୍ତମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ରୀତି ସମ୍ପାଦିତ ହେବ । ଏହି ସମୟରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ଏକ ଗୁପ୍ତ ବିଧି। ଦ୍ୱିପହର ଧୂପ ପରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରି ଏହି ବିଧି ସମ୍ପାଦିତ ହୋଇଥାଏ । ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ଟା ମଧ୍ୟରେ ବନକଲାଗି ନୀତି ସମ୍ପାଦିତ ହେବ। ଏହି ସମୟ ମଧ୍ୟରେ, ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।
ଏହି ନୀତି ଦତ୍ତ ମହାପାତ୍ର ସେବକ ଏବଂ ଖଡିପ୍ରସାଦ ଦଇତାପତି ସେବକମାନେ କରିଥାନ୍ତି । ସେମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରି ଦେବତାମାନଙ୍କ ମୁହଁରେ ଲଗାଇଥାନ୍ତି । ରଙ୍ଗରେ କସ୍ତୁରୀ, କେଶର ଅତର, ଆଦି କରାଯାଇଥଏ । ବଜାରରେ ଉପଲବ୍ଧ ରଙ୍ଗ ମନ୍ଦିରରେ ବ୍ୟବହାର କରାଯାଏ ନାହିଁ । ଶ୍ରୀଜିଉଙ୍କର କରାଯାଉଥିବା ଶୃଙ୍ଗାରକୁ ମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଇଥାଏ ।
ବନକ ଲାଗି ନୀତିରେ ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନରେ ଚଢ଼ି ଶ୍ରୀମୁଖ ଶୃଙ୍ଗାର କରନ୍ତି । ଖଡିପ୍ରସାଦ ଦଇତାପତି ସେବକମାନେ ସହାୟତା କରିଥାନ୍ତି ।
Comments are closed.