Latest Odisha News

BREAKING NEWS

ଜାତୀୟ କଳା ଉତ୍ସବରେ ୪ ଓଡ଼ିଆଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆସାନସୋଲଠାରେ ଜାତୀୟ କଳା ଉତ୍ସବରେ ଓଡ଼ିଶାର ଧଉଳିରୁ

କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଚିତ୍ରକଳା କ୍ଷେତ୍ରରେ ଆନ୍ତର୍ଜାତିୟ ଖ୍ୟାତି ଅର୍ଜନ ତଥା ଆଜୀବନ ନିରବଚ୍ଛିନ୍ନ କଳାସାଧନା ପାଇଁ ‘ଭାରତ କଳାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି ।

କାଲିକାନନ୍ଦା କଲେଜ ଅଫ୍ ଆର୍ଟ ଆଣ୍ଡ ଡ଼ିଜାଇନ୍ ଓ କୁଲ୍ଟି ମଦତ ଫାଉଣ୍ଡେସନର ମିଳିତଆୟୋଜନରେ ଏହି ଜାତୀୟ କଳା ଉତ୍ସବର ଉଦ୍ଯାପନୀ ଦିବସ ତଥା ସମ୍ବର୍ଦ୍ଧନା ସଭାରେ ଓଡ଼ିଶାରୁ ପାରମ୍ପରିକ ପଟ୍ଟ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣା ଓ ପାରମ୍ପରିକ ମୁଖା ଶିଳ୍ପୀ ଅବନ୍ତୀ ମହାରଣା, ଦେବେନ୍ଦ୍ର ମହାରଣା ଓ ପି.ବି. ଗଣେଶଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପାରମ୍ପରିକ ପଟ୍ଟଚିତ୍ର କର୍ମଶାଳାରେ ରବୀନ୍ଦ୍ର କୁମାର ମହାରଣା ଅନ୍ୟମାନଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଶିକ୍ଷା ଦେବା ସହ ଅବନ୍ତୀ ମହାରଣା ପାରମ୍ପରିକ ମୁଖା କର୍ମଶାଳାରେ ସୁନ୍ଦର ସୁନ୍ଦର କାଗଜମୁଖା ଶିଳ୍ପୀମାନଙ୍କୁ ଶିଖାଇଥିଲେ ।

ଏହି ଅବସରରେ ୧୫୦ଜଣ ଶିଶୁ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ଜାତୀୟ ଶିଶୁଚିତ୍ର ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଋତୁରାଜ ମହାରଣା ଓ ଋତୁପର୍ଣ୍ଣା ମହାରଣାଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କଳା ଉତ୍ସବରେ ନୂଆବର୍ଷକୁ ସ୍ୱାଗତ ଜଣାଇ ବିହାର, ଓଡ଼ିଶା, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ଭାରତର ବିଭିନ୍ନ ରାଜ୍ୟରୁ ୨୫ଜଣ ଚିତ୍ରଶିଳ୍ପୀ ନିଜ ନିଜ ଶୈଳୀରେ ଚିତ୍ର

ଅଙ୍କନ କରି ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ତିନିଦିନ ଧରି ଆୟୋଜିତ ଏହି କଳା ଉତ୍ସବରେ ଅନେକ ଶିଳ୍ପୀ, କଳାପ୍ରେମୀ ଓ ଜନସମାଗମ ହୋଇଥିଲା । ଚିତ୍ରକଳା ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ ବୋଲି ଉତ୍ସବର ଆୟୋଜକ ଅଜୟ କୁମାର ମହାତୋ ପ୍ରକାଶ କରିଥିଲେ ।

Leave A Reply

Your email address will not be published.