ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ବୀରେନ୍ଦ୍ର ସେହ୍ୱାଗ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜରେ ମହେନ୍ଦ୍ର ସିଂ ଧୋନୀ ମୋତେ ଟିମରୁ ବାହାର କରି ଦେଇଥିଲେ । ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନୀ ଦଳରୁ ବାହାର କରିବା ପରେ ମୋ ମନ ଭାଙ୍ଗି ଯାଇଥିଲା । ମୁଁ ଅବସର ନେଇଯିବ ବୋଲି ଚିନ୍ତା କରୁଥିଲି । ଏହା ପରେ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଯୋଗୁ ମୁଁ ୨୦୧୧ ବିଶ୍ୱକପ ଖେଳି ପାରିଥିଲି । ସେ ମୋତେ କହିଥିଲେ ୧୯୯୯ରେ ମୁଁ ମଧ୍ୟ ସମାନ ପରିସ୍ଥିତି ସାମ୍ନା କରିଛି । ଭାବପ୍ରବଣ ହୋଇ ତରବରିଆ ଭାବେ ନିଷ୍ପତି ନିଅନି । ୨/୩ଟି ସିରିଜ ଅପେକ୍ଷା କର । ଏହା ପରେ ଭାବିଚିନ୍ତି ନିଷ୍ପତି ନିଅ ।
ସେହ୍ୱାଗ ଏହା ପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଦଳରେ ନିଜର ସ୍ଥିତି ମଜୁଭତ କରିବା ସହ ଉପ ଅଧିନାୟକ ହୋଇଥିଲେ । ୨୦୧୨ ପର୍ଯ୍ୟନ୍ତ ସେ ଭାରତୀୟ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିଲେ । ଟେଷ୍ଟ କ୍ରିକେଟରେ ୮୨.୨୩ ଓ ଦିନିକିଆରେ ୧୦୪ ଷ୍ଟ୍ରାଇକ ରେଟରେ ସେହ୍ୱାଗ ରନ ସଂଗ୍ରହ କରିଥିଲେ । ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୦ ଅକ୍ଟୋବର ୨୦୧୫ରେ ସେହ୍ୱାଗ ଅବସର ଘୋଷଣା କରିଥିଲେ ।
Comments are closed.