Latest Odisha News

BREAKING NEWS

କାର୍ଯ୍ୟରେ ଅବହେଳା ନେଇ ଆକ୍ସନ, ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ। ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଆଇଆଇସି ରାଜେଶ ବଳିଆରସିଂଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ। କାର୍ଯ୍ୟରେ ଅବହେଳା ନେଇ ଆକ୍ସନ ନେଲେ ଡିଜି।

କୋରାପୁଟ ଜିଲ୍ଲା ଜୟପୁର ଥାନାରେ ସେ ସବ ଇନିସ୍ପେକ୍ଟର ଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ପରବର୍ତ୍ତୀ ସମୟରେ ସେ ଅସ୍ତରଙ୍ଗ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ। ତଦନ୍ତ ରିପୋର୍ଟ ରାଜେଶଙ୍କ ବିରୋଧରେ ଆସିବା ପରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

 

Comments are closed.