ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନର ଭୂମି ନ ହରାଇ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରନ୍ତି। ତେବେ ସେ ନିଜେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିଶ କରିବେ। ତେବେ ଟ୍ରମ୍ପ ଏବଂ ପୁଟିନ ଶୁକ୍ରବାର ଆଲାସ୍କାର ସାମରିକ ଘାଟିରେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଯାହା ପରେ ହିଲାରୀ କ୍ଲିଣ୍ଟନଙ୍କ ଏହି ବୟାନ ଆସିଛି।
ଏକ ସାକ୍ଷାତକାରରେ ହିଲାରୀ କ୍ଲିଣ୍ଟନ କହିଥିଲେ ଯେ ଯଦି ଟ୍ରମ୍ପ ୟୁକ୍ରେନର ଭୂମି ନ ହରାଇ ଏହି ଭୟଙ୍କର ଯୁଦ୍ଧ ସମାପ୍ତ କରିବାରେ ସକ୍ଷମ ହୁଅନ୍ତି। ଏହା ସହିତ ଯଦି ସେ ପ୍ରକୃତରେ ପୁଟିନଙ୍କୁ କଡ଼ା ମୁକାବିଲା କରିବାକୁ ସକ୍ଷମ ହୁଅନ୍ତି। ତେବେ ମୁଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରମ୍ପ କୌଣସି ବନ୍ଧୁଙ୍କୁ ଭେଟିବାକୁ ଯାଉନାହାଁନ୍ତି ବରଂ ଏପରି ଏକ ବିରୋଧୀକୁ ଭେଟିବାକୁ ଯାଉଛନ୍ତି, ଯିଏ ଆମେରିକା ଏବଂ ପଶ୍ଚିମ ଦେଶଗୁଡ଼ିକର ମେଣ୍ଟକୁ ସମାପ୍ତ କରିବାକୁ ଚାହେଁ।
ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରିଥିଲେ। ସେହି ସମୟରେ କ୍ଲିଣ୍ଟନ ରୁଷ ଏବଂ ପୁଟିନଙ୍କ ପ୍ରତି ଟ୍ରମ୍ପଙ୍କ ନରମ ମନୋଭାବକୁ ସମାଲୋଚନା ମଧ୍ୟ କରିଥିଲେ।
Comments are closed.