Latest Odisha News

BREAKING NEWS

ଟେନସନରେ ପାକ୍ ଖେଳାଳି; ଦରମା କାଟିବ କ୍ରିକେଟ୍ ବୋର୍ଡ

କରାଚି: ପାକିସ୍ତାନ କ୍ରିକେଟ୍ ଟିମର ପର୍ଫମାନ୍ସ ବର୍ତ୍ତମାନ ସମୟରେ ଭଲ ନାହିଁ। କେତେବେଳେ ବାଂଲାଦେଶଠାରୁ ହାରିବା, କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ଟିମ୍ ଆଗରେ ମାଟି କାମୁଡ଼ିବା ଦେଖିବାକୁ ମିଳୁଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବେ ଖେଳାଳିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।

ରିପୋର୍ଟ ଅନୁଯାୟୀ ବୋର୍ଡ ଖୁବ୍ ଶୀଘ୍ର ବରିଷ୍ଠ କ୍ରିକେଟରଙ୍କ ମୋଟା ଦରମା କାଟିବାକୁ ଯାଉଛି। ଫଳରେ ବାବର ଆଜମ ଏବଂ ଶାହିନ ଆଫ୍ରିଦିଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କୋଟି କୋଟି ଟଙ୍କାର ଝଟକା ଲାଗିପାରେ।

ପିସିବି ଅନୁଯାୟୀ, ଖେଳାଳିମାନଙ୍କୁ ଦିଆଯାଉଥିବା ମୋଟା ଅଙ୍କ ଦଳର ପ୍ରଦର୍ଶନକୁ ଭଲ କରିପାରୁନାହିଁ। ଓଲଟା ଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ର ଗ୍ରାଫ୍ ଆହୁରି ତଳକୁ ଖସିଯାଇଛି। ଏହି କାରଣରୁ ବୋର୍ଡ ଏବେ ଖେଳାଳିଙ୍କ ଚୁକ୍ତିରୁ ଏକ ବଡ଼ ଅଂଶକୁ କାଟିବା ପାଇଁ ଯୋଜନା କରୁଛି।ଅପରପକ୍ଷରେ ଆଇସିସି ରାଜସ୍ୱର ୩ ପ୍ରତିଶତ ପିସିବିର କେନ୍ଦ୍ରୀୟ ଚୁକ୍ତିରୁ ଖେଳାଳିମାନଙ୍କୁ ଦିଆଯାଏ, ଯାହା ଦ୍ୱାରା ଖେଳାଳିମାନେ ଅଧିକ ରୋଜଗାର କରିପାରିବେ କିନ୍ତୁ ଏବେ ଏହାକୁ ପାକିସ୍ତାନ ବୋର୍ଡ ବନ୍ଦ କରିପାରେ।

 

Comments are closed.