ରାଉଲକେଲା: ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସ୍ୱାଧୀନତା ଦିବସ ଅବସରରେ ଚାଇବାସାରେ ପୋଲିସ ଏବଂ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ। ରାଉରକେଲା ଓଡିଶା-ଝାଡ଼ଖଣ୍ଡ ସୀମାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ସୁରକ୍ଷାବାହିନୀ।
ଚାଇବାସା ଗୋଏଲକେରା ଥାନା ସରଣ୍ଡା ଜଙ୍ଗଲରୁ ସର୍ଚ୍ଚ ଅପରେସନ୍ରେ ୪ଟି ଏସଏଲଆର ରାଇଫଲ, ୫୨୭ କାରତୁସ, ଡେଟୋନେଟର ସହ ଏସ୍ଏଲ୍ଆର ଏବଂ ଏଲ୍ଏମ୍ଜିରେ ବ୍ୟବହାର ହେଉଥିବା ୧୦ ଟି ମାରାଜିନ ଏବଂ ନକ୍ସଲବାଦୀଙ୍କ ଦୈନନ୍ଦିନ ବ୍ୟବହାରର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ଜବତ ୪ଟି ଏସଏଲଆର ରାଇଫଲ ପୂର୍ବରୁ ପୋଲିସଠାରୁ ନକ୍ସଲବାଦୀମାନେ ଲୁଟି ନେଇଥିଲେ। ତାହା ବର୍ତ୍ତମାନ ଜବତ କରିଛି ସୁରକ୍ଷା ବାହିନୀ। ଚାଇବାସା ପୋଲିସ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ଅପରେସନ କରାଯାଇଛି।
Comments are closed.