Latest Odisha News

BREAKING NEWS

ପାକିସ୍ତାନରେ ଭଗବାନ କୃଷ୍ଣଙ୍କ ସବୁଠାରୁ ବଡ଼ ମନ୍ଦିର: ମହାଆଡମ୍ବରରେ ପାଳିତ ହୁଏ ଜନ୍ମାଷ୍ଟମୀ….

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଏହା ଏକ ପର୍ବ ଯାହାକୁ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଲୋକମାନେ ପାଳନ କରନ୍ତି। ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଭାରତୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଜନ୍ମାଷ୍ଟମୀ ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି । କିନ୍ତୁ ଭାରତ ପରି, ପଡ଼ୋଶୀ ଦେଶ ପାକିସ୍ତାନରେ, ଯାହାକି ଏକ ମୁସଳମାନ ଦେଶ, ସେଠି ମଧ୍ୟ ଜନ୍ମାଷ୍ଟମୀ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏଠାରେ ହିନ୍ଦୁ ମନ୍ଦିରରେ ପୂଜା ସହିତ ଭଗବାନଙ୍କ ଆରତୀ କରାଯାଏ ।  ଯେଉଁଠି କେବଳ ଗୋଟିଏ ନୁହେଁ ପାକିସ୍ତାନର ମୁଖ୍ୟ ସ୍ଥାନ ମାନଙ୍କରା ପ୍ରଭୁ ଶ୍ରୀକୃଷ୍ଣଙ୍କର ମନ୍ଦିର ରହିଛି ।

ପାକିସ୍ତାନରେ ଭଗବାନ କୃଷ୍ଣଙ୍କ ସବୁଠାରୁ ବଡ଼ ମନ୍ଦିର ହେଉଛି କୃଷ୍ଣ ମନ୍ଦିର ରାୱଲପିଣ୍ଡି। ଏହି ମନ୍ଦିରଟି ୧୮୯୭ ମସିହାରେ ପାକିସ୍ତାନରେ ନିର୍ମିତ ହୋଇଥିଲା ଏବଂ ଏହା ରାୱଲପିଣ୍ଡିରେ ଥିବା ସବୁଠାରୁ ବଡ଼ ହିନ୍ଦୁ ସ୍ଥଳ । ଏହି ମନ୍ଦିର କାଞ୍ଚି ମାଲ ଏବଂ ଉଜାଗର ମାଲ ରାମ ପାଞ୍ଚାଲ ଦ୍ୱାରା ନିର୍ମିତ ହୋଇଥିଲା । ୧୯୪୭ ମସିହାରେ ବିଭାଜନ ସମୟରେ ଏହା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା, କିନ୍ତୁ ପରେ ଏହି ମନ୍ଦିରକୁ ପୁଣି ଖୋଲାଯାଇଥିଲା ।

ପୂର୍ବରୁ, ଏଠାରେ ରହୁଥିବା ହିନ୍ଦୁମାନେ ଏହି ମନ୍ଦିରର ଯତ୍ନ ନେଉଥିଲେ, କିନ୍ତୁ ପରେ ୧୯୭୦ ମସିହାରେ ଏହାକୁ ଇଟିପିବି ନିୟନ୍ତ୍ରଣରେ ଦିଆଯାଇଥିଲା। ୧୯୮୦ ଦଶକ ପର୍ଯ୍ୟନ୍ତ, ପାକିସ୍ତାନର ଇସଲାମାବାଦରେ ରହୁଥିବା ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ଏହି ମନ୍ଦିରରେ ପୂଜା କରିବାକୁ ଆସୁଥିଲେ ।

ଏହି ମନ୍ଦିର ବ୍ୟତୀତ, ପାକିସ୍ତାନରେ ଅନେକ କୃଷ୍ଣ ମନ୍ଦିର ଅଛି। ଯାହା ଜନ୍ମାଷ୍ଟମୀରେ ଏକ ଅନନ୍ୟ ଆକର୍ଷଣୀୟ ପାଲଟିଥାଏ । ଲାହୋର ବିଷୟରେ କହିବାକୁ ଗଲେ, ସେଠାରେ ଏବେ ବି ୨୦-୨୨ ମନ୍ଦିର ଅଛି, କିନ୍ତୁ କେବଳ ଦୁଇଟି ମନ୍ଦିରରେ ପୂଜା କରାଯାଏ, ଏଥିମଧ୍ୟରୁ ଗୋଟିଏ ହେଉଛି କୃଷ୍ଣ ମନ୍ଦିର ଏବଂ ଅନ୍ୟଟି ହେଉଛି ବାଲ୍ମୀକି ମନ୍ଦିର। କେଶରପୁରାରେ କୃଷ୍ଣ ମନ୍ଦିର ଅଛି, ଏଠାରେ ଜନ୍ମାଷ୍ଟମୀରେ ଉପଯୁକ୍ତ ପୂଜା କରାଯାଏ। ସେହିପରି ଆବୋଟାବାଦରେ ଶ୍ରୀକୃଷ୍ଣଙ୍କ ଏକ ପ୍ରସିଦ୍ଧ ମନ୍ଦିର ମଧ୍ୟ ଅଛି, କିନ୍ତୁ ବର୍ତ୍ତମାନ ଏହା ଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହି ମନ୍ଦିରରେ କୌଣସି ପୂଜା ହେଉନାହିଁ, କିନ୍ତୁ ହିନ୍ଦୁ ଭକ୍ତମାନେ ମନ୍ଦିରରେ ପୂଜା କରିବାକୁ ଆସନ୍ତି।

ହିନ୍ଦୁ ଧର୍ମର ଅନୁଗାମୀମାନଙ୍କ ସହିତ, ଇସଲାମ ଧର୍ମର ଲୋକମାନେ ମଧ୍ୟ କରାଚୀର ସ୍ୱାମୀନାରାୟଣ ମନ୍ଦିରକୁ ଆସନ୍ତି। ଏଥିରେ ହରେ କୃଷ୍ଣ ମହାରାଜ ଏବଂ ରାଧା କୃଷ୍ଣଦେବଙ୍କ ମୂର୍ତ୍ତି ଅଛି । ଏହା ବ୍ୟତୀତ କ୍ୱେଟାରେ ଇସ୍କନ ମନ୍ଦିର ନିର୍ମିତ ହୋଇଛି । ୨୦୦୭ ମସିହାରେ ପାକିସ୍ତାନ ସରକାରଙ୍କଠାରୁ ଜମି କିଣି ଭଗବାନ କୃଷ୍ଣଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ମନ୍ଦିର ମଧ୍ୟ ବହୁତ ପ୍ରସିଦ୍ଧ।

 

Comments are closed.