ଭୁବନେଶ୍ବର: ଅନେକ ସମୟରେ ଏପରି ହୁଏ ଯେ ଯେତେବେଳେ ଆମେ କୌଣସି ୱେବସାଇଟ୍ କୁ ଯାଉ , ଆମକୁ କ୍ୟାପଚା କୋଡ୍ ଭେରିଫାଏ କରିବାକୁ ପଡ଼ିଥାଏ। ଶୀଘ୍ର ଶୀଘ୍ରରେ ଆମେ ଏହାକୁ ଟିକ୍ କରି ଭେରିଫାଏ କରୁ। ଆମେ ‘ଆଇ ଆମ୍ ନଟ୍ ରୋବୋଟ୍-I am Not Robot’ ବିକଳ୍ପ ଉପରେ କ୍ଲିକ୍ କରି ଆଗକୁ ବଢ଼ିଥାଉ। କିନ୍ତୁ ଏହା ଏକ ପ୍ରକାରର ଠକେଇ ମଧ୍ୟ ହୋଇପାରେ। ଏହା ମାଧ୍ୟମରେ ଆପଣଙ୍କ ମୋବାଇଲରେ ମାଲୱେର ଡାଉନଲୋଡ୍ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରକୃତରେ, ସାଇବର ଅପରାଧୀମାନେ ଏବେ ମୂଳ କ୍ୟାପଚାକୁ କପି କରି ଲୋକଙ୍କୁ ଠକୁଛନ୍ତି। ଆସନ୍ତୁ ଜାଣିବା ଆପଣ ଏହି ଠକେଇର ଶିକାର ହେବାରୁ କିପରି ରକ୍ଷା ପାଇବେ?
CAPTCHA ହେଉଛି ‘Completely Automated Public Turing test to Tell Computers and Humans Apart’। ଏହାର ଅର୍ଥ ହେଉଛି ଏହା ଯାଞ୍ଚ କରେ ଯେ ଆପଣ ଜଣେ ମଣିଷ ନା ଏକ ରୋବୋଟ୍।
ଏକ ମିଡିଆ ରିପୋର୍ଟ ଅନୁସାରେ ,ନକଲି କ୍ୟାପଚା ପ୍ରାୟତଃ ହ୍ୟାକ୍ ହୋଇଥିବା ୱେବସାଇଟ୍, ନକଲି ବିଜ୍ଞାପନ କିମ୍ବା ଫିସିଂ ଇମେଲ୍ ମାଧ୍ୟମରେ ବ୍ୟାପିଥାଏ। ଏଗୁଡ଼ିକ ଲୋକପ୍ରିୟ ୱେବସାଇଟ୍ ର କପି /ନକଲି ସାଇଟ୍ ରେ ଦେଖାଯାଇପାରେ ଏବଂ ଆପଣଙ୍କୁ ବ୍ରାଉଜର ବିଜ୍ଞପ୍ତି ଚାଲୁ କରିବାକୁ କିମ୍ବା ଫାଇଲ୍ ଡାଉନଲୋଡ୍ କରିବାକୁ କହିପାରେ।
CloudSEK ଦ୍ବାରା ସେୟାର କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ନକଲି କ୍ୟାପଚା ହେଉଛି ଏକ ସାଇବର ଆକ୍ରମଣ କୌଶଳ ଯାହା ସାଇବର ଅପରାଧୀମାନେ ସମାନ ଦେଖାଯାଉଥିବା ମାନବ ଯାଞ୍ଚ ପୃଷ୍ଠା ବ୍ୟବହାର କରିବା ପାଇଁ ବ୍ୟବହାର କରନ୍ତି ଯାହା Windows ୟୁଜରଙ୍କୁ ଅଜାଣତରେ Lumma Stealer ମାଲୱେର୍ ଡାଉନଲୋଡ୍ ଏବଂ ଇନଷ୍ଟଲ କରିବାକୁ କହିଥାଏ । ଏହି ମାଲୱେର୍ ବିଶେଷ ଭାବରେ ବ୍ୟବହାରକାରୀଙ୍କ କମ୍ପ୍ୟୁଟରରୁ ପାସୱାର୍ଡ, ବ୍ରାଉଜିଂ ଇତିହାସ, ଆର୍ଥିକ ତଥ୍ୟ ଏବଂ କ୍ରିପ୍ଟୋକରେନ୍ସି ୱାଲେଟ୍ ବିବରଣୀ ସମେତ ସମ୍ବେଦନଶୀଳ ସୂଚନା ଚୋରି କରିବା ପାଇଁ ଡିଜାଇନ କରାଯାଇଛି ।
ବିଶ୍ବସ୍ତ ୱେବସାଇଟରେ ଦେଖାଯାଉଥିବା CAPTCHAରେ ଛବି ଚୟନ କରିବା ଏକ ଚେକବକ୍ସରେ ଟିକ୍ କରିବା ଆଦି ।
ମାତ୍ର ଏକ ନକଲି କ୍ୟାପଚାଗୁଡ଼ିକ ଅସାଧାରଣ କାର୍ଯ୍ୟ ଦାବି କରେ ଯେପରିକି ନୋଟିଫିକେସନ ପାଇଁ ଅନୁମତି ଦେବା ପାଇଁ କ୍ଲିକ୍ କରିବା, ଫାଇଲ୍ ଡାଉନଲୋଡ୍ କରିବା କିମ୍ବା ବ୍ୟକ୍ତିଗତ ଓ ଆର୍ଥିକ ସୂଚନା ପ୍ରଦାନ କରିବା ।
ନକଲି କ୍ୟାପଚା ଚିହ୍ନଟ କରିବାର ଅନ୍ୟ ଏକ ସୂଚକ ହେଉଛି ଯଦି ଏହା ସିଧାସଳଖ ୱେବପେଜ୍ ମଧ୍ୟରେ ଏମ୍ବେଡ୍ ହେବା ପରିବର୍ତ୍ତେ ଏକ ଅନିୟମିତ ପପ୍-ଅପ୍ ଭାବରେ ଦେଖାଯାଏ । ନକଲି କ୍ୟାପଚା ଚିହ୍ନଟ କରିବା ପାଇଁ, ନିଶ୍ଚିତ ଭାବରେ ୱେବସାଇଟର ଠିକଣା ଅର୍ଥାତ୍ URL ଯାଞ୍ଚ କରନ୍ତୁ। ଯଦି ଏଥିରେ ଭୁଲ ବନାନ, ଭିନ୍ନ ଚିହ୍ନ କିମ୍ବା ଅଜଣା ଡୋମେନ୍ ଅଛି, ତେବେ ସତର୍କ ହୋଇଯଆନ୍ତୁ।
ଯଦି ଜାଣିଲେ ଯେ ଆପଣଙ୍କ ମୋବାଇଲରେ ଦେଖାଉଥିବା କ୍ୟାପଚାଟା ନକଲି,ତେବେ ତୁରନ୍ତ ୱେବସାଇଟ୍ରୁ Exit ହୋଇଯାଆନ୍ତୁ । ଇଣ୍ଟରନେଟ୍ରୁ ଉକ୍ତ ସିଷ୍ଟମ୍କୁ ଡିସକନେକ୍ଟ କରନ୍ତୁ । ଏକ ସମ୍ପୂର୍ଣ୍ଣ ଆଣ୍ଟିଭାଇରସ୍ ସ୍କାନ୍ ଚଲାନ୍ତୁ । ଏକ ସୁରକ୍ଷିତ ଡିଭାଇସ୍ ଦ୍ବାରା ଗୁରୁତ୍ବପୂର୍ଣ୍ଣ ଆକାଉଣ୍ଟ୍ ପାଇଁ ପାସୱାର୍ଡ ତୁରନ୍ତ ପରିବର୍ତ୍ତନ କରନ୍ତୁ । ଯଦି କିଛି ଫାଇଲ୍ ଡାଉନଲୋଡ୍ ହୋଇଛି ତେବେ ଫାଇଲ୍ ନଖୋଲି ସେଗୁଡ଼ିକୁ ଡିଲିଟ୍ କରନ୍ତୁ ।
Comments are closed.