Latest Odisha News

ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ଆଠ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଗଜପତି: ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ । ଗଜପତି ଜିଲ୍ଲା ରାମଗିରି ଥାନା ଦେଉରୀସାହି ଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ଉକ୍ତ ଗାଁରେ ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଦେଉରିସାହି ଗାଁର ସୋମନାଥ ବେହେରା ଗାଈ ଚରାଇବାକୁ ଯାଇ ଜଙ୍ଗଲରୁ କିଛି ଛତୁ ଆଣିଥିଲେ। ରାତିରେ ରୋଷେଇ କରି ଖାଇବା ପରେ ଭୟ ପରିବାରର ସଦସ୍ୟଙ୍କ ପ୍ରବଳ ବାନ୍ତି ହୋଇଥିଲା। ଏପରିକୁ ସମସ୍ତେ ଗୁରୁତର ହୋଇ ପଡିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି।

Comments are closed.