କୋରାପୁଟ: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡିଶା। ଅନବରତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅତି ପ୍ରବଳ ବର୍ଷା ପାଇଁ ଟ୍ରେନ୍ ବାତିଲ ହୋଇଛି। ଲଗାଣ ବର୍ଷା ପାଇଁ ବଦଳିଲା ଟ୍ରେନ୍ର ଗତିପଥ। କୋରାପୁଟ-କିରୋଣ୍ଡୁଲୁ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି।
୨ ଦିନ ପାଇଁ ଟ୍ରେନ୍ ଚଳାଚଳ ବାତିଲ ହୋଇଛି। କିଛି ଟ୍ରେନର ଗତିପଥ ମଧ୍ୟ ବଦଳାଯାଇଛି। ସୂଚନା ଥାଉକି ଲଘୁଚାପ ଜନିତ ବର୍ଷା ଯୋଗୁଁ ଏପରି ସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୩ ଜିଲ୍ଲା କଳାହାଣ୍ଡି, ରାୟଗଡ଼ା ଓ ଗଜପତିକୁ ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ ୫୬୪ ମିମି ବର୍ଷା ରେକର୍ଡ କରାଯାଇଛି।
ଅନ୍ୟପଟେ ଲକ୍ଷ୍ମୀପୁର ବ୍ଲକ୍ କିକିରିଗୁମ୍ମ ଥାନା ତଳମେଟିଂ ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଯାଇଛି। ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଅନ୍ୟପଟେ ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ସଂଯୋଗ କରୁଥିବା ବୋରିପୁଟ୍ ରାସ୍ତାରେ ପାହାଡ଼ ପଥର ପଡ଼ି ରାସ୍ତା ଅବରୋଧ ହୋଇଛି। ୨ ଚକିଆ ଗାଡ଼ି ଯିବା ଆସିବା କରୁଥିବା ବେଳେ ଅଧା ବାଟରୁ ଫେରି ଆସିଲା ଲକ୍ଷ୍ମୀ ବସ୍।
Comments are closed.