ପୁରୀ: ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା ଉପରେ ପୁଣି ପ୍ରତିକ୍ରିୟା ରଖିଲେ ପୁରୀ ଏସପି । ସେ କହିଛନ୍ତି ଯେ, ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ୍ କରିଛନ୍ତି ତାଙ୍କ ବିରିଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ କଡ଼ା ଚେତାବନୀ ଶୁଣାଇଲେ ପୁରୀ ଏସପି ପିନାକ ମିଶ୍ର । ଏ ସମ୍ପର୍କରେ ଫେସବୁକ୍ ଓ ଗୁଗଲ୍କୁ ନେଇ ଲେଖାଯାଇଛି ଚିଠି । ସୋସିଆଲ୍ ମିଡିଆ ସୋର୍ସ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ନାବାଳିକାର ଫଟୋ ଭାଇରାଲ୍ ହୋଇପାରିବନି । ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ବ ଦିଆଯାଇଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । କାଲି ସୋସିଆଲ ମିଡିଆରେ ପୀଡ଼ିତାଙ୍କ ବୟାନ ରେକର୍ଡ ଭାଇରାଲ୍ ହୋଇଥିଲା ।
ତଦନ୍ତ ସରିନଥିବା ବେଳେ ଏହି ଭିଡିଓ କୌଣସି ସୋସିଆଲ ମିଡିଆରେ ଭାଇରାଲ ହେବା କଥା ନୁହେଁ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଯେଉଁ ବୟାନ ଦେଇଛନ୍ତି ପିଡିତା ଭୁବନେଶ୍ୱର ଏମ୍ସକୁ ସିପ୍ଟ ହେଉଥିବା ଦିନ ସମାନ ବୟାନ ଦେଇଥିଲେ ।
ଗତକାଲି ମଧ୍ୟ ଏସମ୍ପର୍କରେ ମତ ରଖି ପୁରୀ ଏସପି କହିଥିଲେଯେ, ସୋସିଆଲ ମିଡିଆରେ ଯଦି ଏହିଭଳି କିଛି ଭିଡିଓ ଭାଇରାଲ ହେଉଛି ସେଥିପ୍ରତି ଧ୍ୟାନ ନଦେବାକୁ । ଯେହେତୁ ପିଡିତା ଜଣେ ନାବାଳିକା ଏବଂ ଏହିଭଳି କଣ୍ଟେଣ୍ଟକୁ ସୋସିଆଲ ମିଡିଆରେ ଭାଇରାଲ କରନ୍ତୁ ନାହିଁ ବା ଭାଇରାଲ କରିବା ଉଚିତ ନୁହେଁ । ଏହାଠାରୁ ଦୁରେଇ ରୁହନ୍ତୁ । ଏହି ଭିଡିଓ ଉପରେ ପୋଲିସ କଡ଼ା ନଜର ରଖିଛି ବୋଲି କହିଥିଲେ ଏସପି ।
Comments are closed.