କଟକ: ପାଖେଇ ଆସିଲାଣି ପାର୍ବଣ। ଏଥିପାଇଁ ପ୍ରସ୍ତୁତ ହେଉଛି ପ୍ରଶାସନ। ପ୍ରତ୍ୟେକ ବର୍ଷ ପାର୍ବଣରେ ଦାଦା ବଟି ଆଦାୟ ହେଉଛି। ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷରେ ପ୍ରଶାସନ। ଚଳିତ ଥର ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା। ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ।
କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ। ଚଳିତ ବର୍ଷ ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାସକଙ୍କ ପୂଜା ଆୟୋଜିତ ହେବ। ଭସାଣ ଉତ୍ସବକୁ ୩ଟି ପର୍ଯ୍ୟାୟରେ କରିବା ପାଇଁ କମିଶନରେଟ୍ ପୋଲିସ୍ ଓ ମହାନଗର ନିଗମ ନିଷ୍ପତ୍ତି ନେଇଛନ୍ତି।
ଅଗଷ୍ଟ ୩୧, ସେପ୍ଟେମ୍ବର ୭ ଏବଂ ୧୪ ତାରିଖରେ ସହରରେ ଗଣେଶ ପୂଜା ଭସାଣି କରାଯିବ। ବୁଢା ଗଣେଶଙ୍କ ଭଷାଣି ଅନ୍ୟ ଦିନରେ କରାଯିବ ବୋଲି ବୈଠକ ନିଷ୍ପତ୍ତି ନିଆଯାଇଛି। ପୂଜା ପୂର୍ବରୁ ସହରର ରାସ୍ତା ଘାଟ, ଷ୍ଟ୍ରିଟ୍ ଲାଇଟ, ପାନୀୟ ଜଳ ଯୋଗାଣ ଓ ଭସାଣି ପାଇଁ ଉନ୍ନତ ମାନର କୃତ୍ରିମ ପୁଷ୍କରିଣୀ ବ୍ୟବସ୍ଥା କରିବା ପାଇଁ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ସିଏମସିକୁ ପରାମର୍ଶ ଦିଆଯାଇଛି।
Comments are closed.