Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଏହି ଅବସରରେ ସମଗ୍ର ବରଗଡ ସହରରେ ଉତ୍ସବମୁଖର ପରିବେଶ ଲାଗି ରହିଛି ।

ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଏଥିସହିତ ଜୀରାନଦୀ ଯମୁନାନଦୀ ଭାବେ ଏକପ୍ରକାର ଚଳଚଞ୍ଚଳ ହୋଇଉଠିଛି ।

ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତିରେ ଥରହର ହେଉଛି ମଥୁରାନଗରୀ । ଏହି ଯାତ୍ରାର ଚତୁର୍ଥ ଦିନରେ କଂସର ମନ୍ତ୍ରଣାରେ ପୁତନା, ବକାସୁର, ଆଦି ରାକ୍ଷସମାନେ ଗୋପପୁରକୁ ପ୍ରେରଣ ଦୃଶ୍ୟ ମଞ୍ଚସ୍ଥ ହୋଇଛି ।

ଆହୁରି ମଧ୍ୟ ଏହି ଯାତ୍ରା ଅବସରରେ ମାୟାବୀ ରାକ୍ଷାସ ଓ ରାକ୍ଷାସୀଙ୍କ ଶକ୍ତିକୁ ପରାହତ କରିଛନ୍ତି କୃଷ୍ଣ ଓ ବଳରାମ । ଏପରିକି କ୍ଷୀର ପିଇ ପୁତନାକୁ ମଧ୍ୟ ବଧ କରିଛନ୍ତ ବାଳକୃଷ୍ଣ । ଯାହାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି କଂସ ମହାରାଜ ।

ସେହିପରି ଗୋପପୁରରେ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଆରମ୍ଭ ହୋଇଥିବା ବେଳେ କୃଷ୍ଣମୟ ହୋଇପଡିଛି ଗୋପପୁର ।

Leave A Reply

Your email address will not be published.