Latest Odisha News

BREAKING NEWS

Tirupati Temple: ତିରୁପତି ମନ୍ଦିରରେ ୧୪୦ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ, ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ମନ୍ଦିର (Tirupati Temple)କୁ ଆସୁଥିବା ଭକ୍ତମାନେ ସେମାନଙ୍କ ବିଶ୍ୱାସ ଅନୁଯାୟୀ ଟଙ୍କା ଦାନ କରିଥାନ୍ତି । ଅମ୍ବାନୀଙ୍କ ଭଳି ବଡ଼ ବ୍ୟବସାୟୀ ସୁନା ଏବଂ ହୀରା ଅଳଙ୍କାର ଦାନ କରୁଛନ୍ତି । ଏପରି ପରିସ୍ଥିତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜଣେ ଭକ୍ତ । ଉକ୍ତ ଭକ୍ତ ଜଣକ ତିରୁମାଲା ତିରୁପତି ମନ୍ଦିରକୁ ୧୨୧ କିଲୋ ସୁନା ଦାନ କରିଛନ୍ତି, ଯାହାର ମୂଲ୍ୟ ୧୪୦ କୋଟି ଟଙ୍କା ବୋଲି କୁହାଯାଉଛି ।

ଏହି ସୂଚନା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (Chandrababu Naidu) ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ମଙ୍ଗଳଗିରିରେ ଦାରିଦ୍ର୍ୟ ଦୂରୀକରଣ ପ୍ରକଳ୍ପ ସହିତ ଜଡିତ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନାଇଡୁ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଜଣେ ଭକ୍ତ ତିରୁପତିଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ପ୍ରାର୍ଥନା କରିଥିଲେ । ସେ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ଏଥିରେ ସଫଳ ହୋଇଥିଲେ । ସେ ତାଙ୍କ କମ୍ପାନୀର ସେୟାର ବିକ୍ରି କରି ୬ ହଜାର ରୁ ୭ ହଜାର କୋଟି ଟଙ୍କା ଲାଭ ମଧ୍ୟ କରିଥିଲେ ।

ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଆଶୀର୍ବାଦରୁ ତାଙ୍କୁ ସେହି ଟଙ୍କା ପ୍ରାପ୍ତ ହୋଇଛି ବୋଲି ଭକ୍ତ ଜଣକ କହିଛନ୍ତି । ସେ ଯେତବେଳେ ଜାଣିଲେ ଯେ, ବର୍ତ୍ତମାନ ମନ୍ଦିରର ମୂର୍ତ୍ତିକୁ ପ୍ରତିଦିନ ୧୨୦ କିଲୋଗ୍ରାମ ସୁନା ଅଳଙ୍କାରରେ ସଜାଯାଉଛି । ଏହା ଜାଣିବା ପରେ ଭକ୍ତ ଜଣକ ୧୪୦ କୋଟି ଟଙ୍କା ମୂଲ୍ୟର ୧୨୧ କିଲୋଗ୍ରାମ ସୁନା ମନ୍ଦିରକୁ ଦାନ କରିଛନ୍ତି ।

Comments are closed.