Latest Odisha News

BREAKING NEWS

କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଟିର ମାଆ ଝୁମ୍ପୁରା ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ।

ଲିଖିତ ଅଭିଯୋଗ ଅନୁଯାୟୀ, ଲେମ୍ବୁ ବିକ୍ରି କରିବାକୁ ଶୁକ୍ରବାର ଦିନ ୪ଟା ବେଳେ ଝିଅଟି ଝୁମ୍ପୁରା ମାର୍କେଟକୁ ଯାଇଥିଲା । ସେ ଘରକୁ ଫେରୁଥିବା ବେଳେ ବାଟରେ ଦୁଇଜଣ ଯୁବକ ତାକୁ ବାଇକରେ ଟେକି ନେଇଥିଲେ । ଏକ ନିଭୃତ ସ୍ଥାନରେ ଏହି ଦୁଇଜଣ ଯୁବକ ଝିଅଟି ସହିତ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ପୁଣି ଥରେ ଆଣି ଝୁମ୍ପୁରାରେ ଛାଡ଼ିଦେଇଥିଲେ । ବାଟରେ ଏହି ଯୁବକଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଝିଅଟିର ଗୋଡ଼ ଭାଙ୍ଗିଯାଇଥିବା ବେଳେ ରାସ୍ତାରେ ଝିଅଟି ପଡ଼ି ଲୋକଙ୍କୁ ପାଟିକରି ଡାକ ଛାଡ଼ିଥିଲା । ଅଭିଯୁକ୍ତ ଯୁବକ ଦ୍ୱୟ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ପୀଡ଼ିତା ଜଣକଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

“ଏହି ଗଣଦୁଷ୍କର୍ମ ଘଟଣାର ଛାନଭିନ୍ନ ଚାଲିଛି ଏବଂ ଖୁବଶିଘ୍ର ଏଥିରେ ସଂପୃକ୍ତ ଯୁବକମାନଙ୍କୁ ଗିରଫ କରାଯିବ,” ବୋଲି କେନ୍ଦୁଝର ଡିଏସପି (ଅପରାଧ) ସୁରେଶ ପାତ୍ର ଶନିବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ।

Leave A Reply

Your email address will not be published.