ମୁମ୍ବାଇ: ନିକଟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହୋଇଥିଲା। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ସୁନୀତା ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ। ତାଙ୍କ ପରି ଗୋବିନ୍ଦାକୁ କେହି ଭଲ ପାଇପାରିବେ ନାହିଁ କିମ୍ବା କେହି ତାଙ୍କୁ ଏତେ ବୁଝିପାରିବେ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଗୋବିନ୍ଦା କେଉଁ ସମୟରେ ତାଙ୍କୁ ଅଧିକ ପସନ୍ଦ ଥିଲେ ସେ କହିଥିଲେ ଯେ ସେ ୯୦ ଦଶକର ଗୋବିନ୍ଦାଙ୍କୁ ବହୁତ୍ ମିସ କରନ୍ତି। ଏପରିକି ସେ ପୁରୁଣା ସମୟର ଗୋବିନ୍ଦାଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।
ତେବେ ଗତ ଶୁକ୍ରବାର ଦିନ ସୁନିତା ଆହୁଜା ହିନ୍ଦୁ ବିବାହ ଆଇନ ୧୯୫୫ର ଧାରା ୧୩(୧)(i),(ia),(ib) ଅନୁଯାୟୀ ଗୋବିନ୍ଦାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ତେବେ ମେ ୨୫ରେ ଗୋବିନ୍ଦଙ୍କୁ ସମନ କରାଯାଇଥିଲା ଓ ଜୁନ୍ ମାସରୁ ଦୁହେଁ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ସେହିପରି ସୁନିତା କୋର୍ଟରେ ହାଜର ହେଉଥିବା ବେଳେ ଗୋବିନ୍ଦା କୌଣସି କୋର୍ଟ କାଉନସେଲିଂରେ ସାମିଲ ହୋଇନଥିଲେ। ଛାଡପତ୍ରର ଗୁଜବ ମଧ୍ୟରେ ଗତକାଲି ପ୍ରଥମ ଥର ପାଇଁ ଗୋବିନ୍ଦାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତେବେ ସେ ଏକ ସମ୍ପୂର୍ଣ୍ଣ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଥିଲେ ଓ କ୍ଲିନ୍-ଶେଭ ସହିତ ପତଳା ନିଶ ରଖିଥିଲେ। ବର୍ତ୍ତମାନ୍ ଗୋବିନ୍ଦାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଦେଖିବା ପରେ ତାଙ୍କ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଅଶାନ୍ତି ଦ୍ୱାରା ସେ ଆଦୌ ପ୍ରଭାବିତ ନୁହନ୍ତି ବୋଲି ଅନେକ ମତ ଦେଉଛନ୍ତି। ତେବେ ଗୋବିନ୍ଦା ଏବଂ ସୁନିତା ୧୯୮୭ ମସିହାରେ ବିବାହ କରିଥିଲେ ଓ ଉଭୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛି।
Comments are closed.