ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ପ୍ରତିବର୍ଷ ଭାଦ୍ରପଦ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ ଏବଂ ଏହା ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ବର୍ଷ ୧୦ ଦିନିଆ ଗଣେଶୋତ୍ସବ ୨୭ ଅଗଷ୍ଟ ୨୦୨୫ରୁ ଆରମ୍ଭ ହେବ ଏବଂ ୬ ସେପ୍ଟେମ୍ବରରେ ଗଣେଶଙ୍କ ବିସର୍ଜନ ସହ ଏହାର ସମାପନ ହେବ। ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧି, ବିବେକ, ସମୃଦ୍ଧି ଓ ବିଘ୍ନ ନାଶକ ଦେବତା। ମାନ୍ୟତା ଅନୁସାରେ, ଗଣେଶ ଚତୁର୍ଥୀ ଦିନ ଯଦି ଶ୍ରଦ୍ଧାପୂର୍ବକ ଓ ବିଧିବିଧାନ ଅନୁଯାୟୀ ଭଗବାନ ଗଣେଶଙ୍କ ପୂଜା କରାଯାଏ, ତେବେ ଜୀବନର ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯାଏ। କାରଣ ଗଣପତି ହିଁ ଜୀବନର ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସମସ୍ତ ବିପଦ ଦୂର କରନ୍ତି। ଗଣେଶ ଚତୁର୍ଥୀ ଦିନ ଯଦି ଆପଣ ନିଜ ରାଶି ଅନୁସାରେ ଭଗବାନଙ୍କ ପୂଜା କରନ୍ତି, ତେବେ ଏହା ଅଧିକ ଫଳପ୍ରଦ ହେବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ବିଧିରେ ଗଣପତିଙ୍କ ପୂଜା କରିବେ। ରାଶି ଅନୁସାରେ ଗଣପତି ପୂଜା ବିଧି
- ମେଷ ରାଶି: ଗଣେଶଙ୍କ ପୂଜାରେ ଲାଲ ରଙ୍ଗର ଫୁଲ ଓ ୨୧ଟି ଦୂର୍ବା ଅର୍ପଣ କରନ୍ତୁ। ମୋଦକର ଭୋଗ ଲଗାନ୍ତୁ ଏବଂ “ଓଁ ଗଂ ଗଣପତୟେ ନମଃ” ମନ୍ତ୍ରର ଜପ କରନ୍ତୁ।
- ବୃଷ ରାଶି: ଭଗବାନଙ୍କୁ ଧଳା ଫୁଲ ଅର୍ପଣ କରି ଘିଅର ଦୀପ ଜାଳନ୍ତୁ। ପୀଳା ଲଡୁର ଭୋଗ ଲଗାନ୍ତୁ।
- ମିଥୁନ ରାଶି: ବେସନର ଲଡୁ ଭୋଗ ଲଗାନ୍ତୁ ଏବଂ ସବୁଜ ଦୂର୍ବା ଅର୍ପଣ କରନ୍ତୁ।
- କର୍କଟ ରାଶି: ଧଳା ଫୁଲ ଓ ନଡ଼ିଆ ଅର୍ପଣ କରି ଦୁଧରେ ତିଆରି ମିଠାର ଭୋଗ ଲଗାନ୍ତୁ, ଏହା ଶୁଭ ହେବ।
- ସିଂହ ରାଶି: ବିଧିବିଧାନ ଅନୁସାରେ ପୂଜା କରନ୍ତୁ। ଫୁଲ, ଦୂର୍ବା, ମିଠା ଓ ଲାଲ ଚନ୍ଦନ ଅର୍ପଣ କରନ୍ତୁ।
- କନ୍ୟା ରାଶି: ସବୁଜ ଦୂର୍ବା ଓ ଫୁଲ ଅର୍ପଣ କରିବା ଶୁଭ। ମୋଦକର ଭୋଗ ଲଗାନ୍ତୁ।
- ତୁଳା ରାଶି: ପୂଜାରେ ବାପ୍ପାଙ୍କୁ ମିଠା ଅର୍ପଣ କରନ୍ତୁ।
- ବିଛା ରାଶି: ଲାଲ ଫୁଲ ଓ ଗୁଡ଼ ଅର୍ପଣ କରନ୍ତୁ। ଡାଳିମ୍ବର ଭୋଗ ଲଗାଇବା ଶୁଭ ହେବ।
- ଧନୁ ରାଶି: ଫୁଲ ଓ ହଳଦୀ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହେବେ। ଲଡୁର ଭୋଗ ଲଗାଇ ପାରିବେ।
- ମକର ରାଶି: ନୀଳ ବା ବାଇଗଣୀ ରଙ୍ଗର ଫୁଲ ଅର୍ପଣ କରି ପୂଜା କରନ୍ତୁ ଏବଂ ତିଳ-ଗୁଡ଼ର ଭୋଗ ଲଗାନ୍ତୁ।
- କୁମ୍ଭ ରାଶି: ନୀଳ ଫୁଲ ଓ ଶାମୀ ପତ୍ର ଅର୍ପଣ କରନ୍ତୁ। ଭୋଗ ସ୍ୱରୂପ ରେବଡ଼ି ଚଢ଼ାନ୍ତୁ।
- ମୀନ ରାଶି: ଗୋଲାପ ଫୁଲ ଅର୍ପଣ କରି ବିଧିବିଧାନ ଅନୁସାରେ ପୂଜା କରନ୍ତୁ ଏବଂ ପେଡ଼ାର ଭୋଗ ଲଗାନ୍ତୁ।
Comments are closed.