ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗରେ ଆଜି ଜାଣିବା…
12.ମଧୁକର :- ସଂସାରରେ ମଧୁକର ବା ଭ୍ରମରଙ୍କ ଏକ ବିଶେଷ ପରିଚୟ ଅଛି, ଫୁଲରୁ ଫୁଲ ଉଡି ବୁଲି ମଧୁ ସଂଗ୍ରହ କରିବା ଓ ତାକୁ ଭୋଜନ କରିବା ଏହାର କାର୍ଯ୍ୟ। ପୁରୁଷଙ୍କ ଏହି ପ୍ରକୃତିକୁ ଭ୍ରମର ପ୍ରକୃତି ସହିତ ତୁଳନା କରାଯାଏ। ଏହି ପ୍ରକୃତିରୁ ମହାତ୍ମା ଅବଧୂତ ଦୁଇଟି ଶିକ୍ଷା ପାଇଲେ। ପ୍ରଥମେ ସର୍ବ ଶାସ୍ତ୍ରର ସାର ସଂଗ୍ରହ, ଶାସ୍ତ୍ରଙ୍କୁ ଏଠାରେ ଫୁଲ ଓ ଭ୍ରମରଙ୍କୁ ଯୋଗୀ ଭାବରେ ଗ୍ରହଣ କରାଯାଇଛି। ତେଣୁ ଯୋଗୀ ଭାବରେ ଭ୍ରମର ସବୁ ଫୁଳରୁ କିଛି କିଛି ମଧୁ ସଂଗ୍ରହ କରି ଆହାର କରେ କିନ୍ତୁ ସଂଚୟ କରେ ନାହିଁ, ଯେପରି ଯୋଗୀ ମାନେ ପ୍ରତି ପରିବାରରୁ ଅଞ୍ଜଳି ଭିକ୍ଷା ଗ୍ରହଣ କରି ନିଜର ଉଦର ପୋଷଣ କରନ୍ତି, ସଂଚୟ କରି ରଖିବା ଯୋଗୀଙ୍କ ନିୟମ ବିରୁଦ୍ଧ କାର୍ଯ୍ୟ, ଏଣୁ ଭାଗବତ ବର୍ଣନା କରେ
ଧନେ ମୋ ନାହିଁ ପ୍ରୟୋଜନ।
ଏଣୁ ଦରିଦ୍ର ମୋ ଜୀବନ।।
13. ଗଜ:-ହସ୍ତୀଙ୍କର ଅନେକ ଗୁଣ ଆମେ ଜାଣୁ, ହସ୍ତୀ ଅନେକ ବୁଦ୍ଧିମାନ ବୋଲି କଥିତ ଅଛି କିନ୍ତୁ ଏକ ବିଶେଷ ଦୁର୍ଗୁଣ ହେଲା କାମ ପ୍ରବଣତାଯାହା ତାପାଇଁ ବନ୍ଧନର କାରଣ ହୋଇ ଥାଏ। ଏଭଳି କି ହସ୍ତିନୀର ଚିତ୍ରପଟ ଦେଖି ହସ୍ତୀ କାମ ବିଭୋର ହୋଇ ଗର୍ତ୍ତ ମଧ୍ୟରେ ପତିତ ହୁଏ ଓ ବନ୍ଦୀ ହୋଇ ଥାଏ ସେଥିପାଇଁ ଯୋଗୀ ପୁରୁଷ ମାନେ ସୁନ୍ଦରୀ ନାରୀର ଚିତ୍ର ମଧ୍ୟ ଦର୍ଶନ କରନ୍ତି ନାହିଁ
ଭାଗବତ ସୁନ୍ଦର ବର୍ଣନା ଦେଇଥାଏ
ମନ ମନ୍ଥଇ ତାହାଙ୍କର।
ଯେଣୁ ମନ୍ମଥ ସୁଖ ଘର।।
ଜଳେ ପାଷାଣ ପ୍ରାୟେ ମଜ୍ଜେ।
ଗଜ ବନ୍ଧନ ଯେହ୍ନେ ଗଜେ।।
ଏଣୁ କାମିନୀ ସଙ୍ଗ ତେଜି।
ଜ୍ଞାନେ ବୁଲଇ ଚକ୍ଷୁ ବୁଜି।।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-138-only-a-happy-heart-can-always-dance-like-the-ocean-raising-waves/
ଜ୍ଞାନୀ ଗଣ ଅବା ସିଦ୍ଧ ମହାତ୍ମା ଗଣ ଜଗତର ବିଭିନ୍ନ ପ୍ରାଣୀଙ୍କ ବିଭିନ୍ନ ଗୁଣକୁ ଏକ ବିଶେଷ ଭାବରେ ଗ୍ରହଣ କରିବାର ଶକ୍ତି ରଖିଥାନ୍ତି ସେହିପରି ସକଳ ଶାସ୍ତ୍ର ଆମକୁ ପରଂବ୍ରହ୍ମଙ୍କ ବିଷୟରେ ଅବଗତ କରାଉଥିଲେ ମଧ୍ୟ ଶ୍ରୀମଦ ଭାଗବତ ଅନେକ ତଥ୍ୟ ଓ ତତ୍ତ୍ୱର ବିଶେଷ ବିସ୍ଲେସଣ ପୂର୍ବକ ଯେଉଁ ଜ୍ଞାନର ଆଲୋକ ଆମକୁ ପ୍ରଦାନ କରିଥାଏ ତାହା ଅତ୍ୟନ୍ତ ବିରଳ। ଆସନ୍ତୁ ସର୍ବଦା ଭାଗବତ ଶ୍ରବଣ ଓ ଚିନ୍ତନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.