ଭୁବନେଶ୍ବର: ଡିଫଲ୍ଟର ଓମଫେଡ ଡିଲରଙ୍କୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କଡା ଚେତାବନୀ । ଆସନ୍ତା ୭ ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନ କଲେ ଲାଇସେନ୍ସ ରବ୍ଦ ହେବ ବୋଲି ଓମଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଏହି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୧୦ରୁ ୧୨ ଜଣ ଡିଲର୍ ପାଖାପାଖି ୫ କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ରଖିଛନ୍ତି । ସେମାନେ ନିର୍ଦ୍ଧାରିତ ସମୟ ଭିତରେ ବକେୟା ରାଶି ପୈଠ ନ କଲେ, ବ୍ୟକ୍ତିଗତ ଭାବେ ସେମାନଙ୍କ ନାଁରେ ଏଫଆଇଆର କରାଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ୧୦.୨୩ କୋଟି ଲାଭ ହୋଇଛି । ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦୋକାନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତ ମନ୍ତ୍ରୀ ।