Latest Odisha News

BREAKING NEWS

Amala Sangha strike: ଅମଲାଙ୍କୁ କଡ଼ା ତାଗିଦ୍: ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜସ୍ୱ ଅମଲାମାନଙ୍କ ସମୂହ ଛୁଟିକୁ ନେଇ କ୍ଷୁବ୍ଧ ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ। ଜିଲ୍ଲାସ୍ତରରେ ରାଜସ୍ୱ ଅମଲା କର୍ମଚାରୀଙ୍କ ଧର୍ମଘଟ ଓ ସମୂହ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ଆକ୍ସନ୍ ଟେକେନ୍ ରିପୋର୍ଟ ମାଗିଛନ୍ତି।

ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ। ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଲା ବିଭାଗ। ବାରମ୍ବାର ତାଗିଦ ସତ୍ତ୍ୱେ ଵି କାମରେ ଯୋଗ ଦେଇନାହାନ୍ତି ରାଜସ୍ବ ଅମଲା ସଂଘ। ଦାବି ପୂରଣ ନେଇ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ।

ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀ। ଅଗଷ୍ଟ ୧୧ରୁ ଓଡିଶା ରାଜସ୍ୱ ଅମଲା ସଂଘ ସମୂହ ଛୁଟିରେ ରହିଛନ୍ତି। ବିନା ଅନୁମତିରେ ଛୁଟିରେ ରହିବା ସହ କାର୍ଯ୍ୟରେ ଯୋଗ ଦେଉନଥିବାରୁ କର୍ମଚାରୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଆନ୍ଦୋଳନକୁ ୧୦ ଦିନରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ବିନା ଅନୁମତିରେ ଛୁଟିରେ ଥିବାରୁ ସାଧାରଣ ଜନତା ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ତେଣୁ ବିଭାଗ ବାଧ୍ୟହୋଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଇଛି।

Comments are closed.