Latest Odisha News

BREAKING NEWS

Ambani’s Vantar: ଅମ୍ବାନୀଙ୍କ ‘ବନ୍ତାରା’କୁ ସୁପ୍ରିମକୋର୍ଟଙ୍କ ଝଟକା, ତଦନ୍ତ ପାଇଁ ଗଠନ ହେବ ଏସଆଇଟି

ନୂଆଦିଲ୍ଲୀ: ଅମ୍ବାନୀ ପରିବାରକୁ ସୁପ୍ରିମକୋର୍ଟଙ୍କ ଝଟକା। ସୁପ୍ରିମକୋର୍ଟ ଗୁଜରାଟର ଜାମନଗରରେ ଅବସ୍ଥିତ ବନ୍ତାରାର କାର୍ଯ୍ୟକଳାପର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଟି ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ତଦନ୍ତ କେବଳ ତଥ୍ୟ ଖୋଜିବା ପାଇଁ। ଅମ୍ବାନୀ ପରିବାର ଦ୍ବାରା ପରିଚାଳିତ ୱାଇଲ୍ଡ ଲାଇଫ ସେଣ୍ଟର ‘ବନ୍ତାରା’ ର କାର୍ଯ୍ୟକଳାପ ନେଇ ତଦନ୍ତ କରିବ ଏସଆଇଟି। ଗୁଜୁରାଟ ଜାମନଗରରେ ରହିଛି ଏହି ୱାଇଲ୍ଡ ଲାଇଫ ସେଣ୍ଟର ।

SIT ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ବରେ SIT ଗଠନ ହେବ। SITର ନେତୃତ୍ୱ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜେ. ଚେଲମେଶ୍ୱର ନେବେ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଭାରତ ଓ ବିଦେଶରୁ ଜନ୍ତୁ ସଂଗ୍ରହ ନେଇ ତଦନ୍ତ ହେବ। ବିଶେଷ କରି ବିଦେଶରୁ ହାତୀ ସଂଗ୍ରହ ବାବଦରେ ହେବ ତଦନ୍ତ। ସେହିଭଳି ବନ୍ୟଜନ୍ତୁ ସୁରକ୍ଷା ଆଇନର ଅନୁପାଳନ ଓ ନିୟମାବଳୀ ପାଳନ ହେଉଛି କି ନାହିଁ, ତାର ତଦନ୍ତ ହେବ।

ବନ୍ୟଜନ୍ତୁ ଚୋରାଚାଲାଣ ଓ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ହେବ। କେନ୍ଦ୍ର ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା। ଏସ୍ ଆଇଟିକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ, CITES ମ୍ୟାନେଜମେଣ୍ଟ ଅଥରିଟି, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ ଗୁଜରାଟ ଜଙ୍ଗଲ ଓ ପୁଲିସ ବିଭାଗ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ। ଏହି ତଦନ୍ତ କେବଳ ଏକ ତଥ୍ୟ ଅନୁସନ୍ଧାନ ପ୍ରକ୍ରିୟା ବୋଲି କୋର୍ଟ କହିଛନ୍ତି। ଏସ୍ ଆଇଟିକୁ ତାଙ୍କ ରିପୋର୍ଟ ସେପ୍ଟେମ୍ବର ୧୨ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.