ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ ଉଭୟଙ୍କ ଶେଷ ସ୍ୱପ୍ନ ରହିଛି ୨୦୨୭ ଦିିନିକିଆ ବିଶ୍ୱକପ ଖେଳିବା । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀର ଏହି ଦୁଇ ତାରକା ତଥା ସିନିୟର ଖେଳାଳିଙ୍କୁ ଖେଳାଇବା ପାଇଁ ଚାହୁଁ ନାହାନ୍ତି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଉଭୟ ଖେଳାଳି ସେମାନଙ୍କ ଶୈଳୀରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ବିସିସିଆଇ ଖେଳାଳିମାନଙ୍କ ପାଇଁ ବ୍ରୋଙ୍କୋ ଟେଷ୍ଟ ଆଣିଛି । ପୂର୍ବତନ କ୍ରିକେଟର ମନୋଜ ତିୱାରୀ ସିଧାସଳଖ କହିଛନ୍ତି ଯେ, ରୋହିତଙ୍କ ବିପକ୍ଷରେ ଏହା ସୁଚିନ୍ତିତ ଷଡଯନ୍ତ୍ର । ଏହି ଟେଷ୍ଟ ରୋହିତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଏହି ଟେଷ୍ଟ କାହିଁକି ଲାଗୁ କରାଯାଇ ନ ଥିଲା ସେ ପ୍ରଶ୍ନ କରିଛନ୍ତି । ଭାରତୀୟ କ୍ରିକେଟ ରୋହିତ ଓ କୋହଲିଙ୍କ ଅବଦାନକୁ ସହଜରେ ଭୁଲିବା ଉଚିତ ହେବନି । ଦେଖାଯାଉ ଏହି ଦୁଇ ମହାନ ଖେଳାଳି ଶେଷ ବିଶ୍ୱକପ ଖେଳୁଛନ୍ତି କି ନାହିଁ । ଯଦି ରୋହିତ ଖେଳିବା ସହ ଅଧିନାୟକ ଭାବେ ଏହାକୁ ଜିତି ନେବେ ତେବେ ଏମଏସ ଧୋନୀଙ୍କ ୩ ଆଇସିସି ଟ୍ରଫି ହାସଲ ରେକର୍ଡ ସହ ସମକକ୍ଷ ହେବେ ।
Comments are closed.