Latest Odisha News

BREAKING NEWS

ସରକାରଙ୍କ ଅନୁମତି: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ କରିବ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଧବାର ବୈଠକରେ ସରକାର ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜକ ପାଇଁ ଆବେଦନକୁ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଅହମ୍ମଦାବାଦକୁ ଏଥିପାଇଁ ବଛାଯାଇଛି । ଏହି ଆଦର୍ଶ ସହରରେ ବିଶ୍ୱସ୍ତରୀୟ ଷ୍ଟାଡିୟମ, ଅତ୍ୟାଧୂନିକ ଟ୍ରେନିଂ ସୁବିଧା ଓ ଖେଳ ପାଇଁ ଅନୁକୂଳ ପରିବେଶ ରହିଛି ବୋଲି କୁହାଯାଇଛି । ଆୟୋଜକ ହେବା ପାଇଁ ଭାରତକୁ ୩୧ ଅଗଷ୍ଟ ମଧ୍ୟରେ ଆବେଦନ କରିବାକୁ ପଡିବ ।

ଆଇଓଏ ଆଗାମୀ ୪୮ ଘଂଟା ମଧ୍ୟରେ ଆବଶ୍ୟକ ସମସ୍ତ ପ୍ରକ୍ରିୟର ପୂରଣ କରିନେବ ବୋଲି ଆଶା ବ୍ୟକ୍ତ କରାଯାଇଛି । ୨୦୧୦ରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହୋଇଥିଲା । ଯଦି ଅନୁମତି ମିଳେ ତେବେ ଦ୍ୱିତୀୟ ଥର ପାଇଁ ଭାରତକୁ ଅନୁମତି ମିଳିବ । କିଛି ଦିନ ତଳେ ଭାରତୀୟ ଅଲିମ୍ପିକ ସଂଘ ଏହାକୁ ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲା । ଏକ୍ସପ୍ରେଶନ ଅଫ ଇଂଟ୍ରେଷ୍ଟ ଜମା କରିବା ପରେ ସରକାର ଏବେ ଏହାକୁ ଅନୁମତି ପ୍ରଦାନ କରିଛନ୍ତି ।

Comments are closed.