ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ରେ ୧୪୦୦୦ ରନ ଓ ୩୦୦ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୨ରୁ ସେ ଆଇପିଏଲରୁ ଅବସର ନେଇଥିଲେ ମଧ୍ୟ ଏବେ ବି କ୍ୟାରିବିୟନ ପ୍ରିମିୟର ଲିଗରେ ଖେଳୁଛନ୍ତି । ବାର୍ବାଡୋସ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ୯ ବଲରେ ୧୯ ରନ କରିବା ପରେ ଏହି କ୍ଲବରେ ସାମିଲ ହୋଇଥିଲେ । ପୋଲାର୍ଡ ୭୧୨ ମ୍ୟାଚରେ ୧୪୦୦୦ ରନ ସଂଗ୍ରହ କରିଛନ୍ତି । କ୍ରିସ ଗେଲ ୪୬୩ ମ୍ୟାଚରେ ୧୪୫୬୨ ରନ କରି ଶୀର୍ଷରେ ରହିଛନ୍ତି । ଏଥିରେ ୨୨ ଶତକ ଓ ୮୮ ଅର୍ଦ୍ଧଶତକ ରହିଛି ।
ଆଲେକ୍ସ ହେଲ୍ସ, ଡେଭିଡ ୱାର୍ଣ୍ଣର ଓ ଶୋଏବ ମଲିକ ମଧ୍ୟ ୧୩୦୦୦ ରନ ସଂଗ୍ରହ କରି ସାରିଛନ୍ତି । ପୋଲାର୍ଡ ଆଉ ୫୬୩ ରନ ସଂଗ୍ରହ କଲେ ଗେଲଙ୍କ ସର୍ବାଧିକ ରନ ରେକର୍ଡକୁ ମଧ୍ୟ ଭଙ୍ଗ କରିବେ । ୨୦୦୬ରୁ ୨୦୨୫ ମଧ୍ୟରେ ସେ ୧୯ଟି ଭିନ୍ନ ଭିନ୍ନ ଟିମ ପକ୍ଷରୁ ଖେଳିଛନ୍ତି । ସେ ଗୋଟିଏ ଶତକ ଓ ୬୪ ଅର୍ଦ୍ଧଶତକ ମାରିଛନ୍ତି । ସେହିପରି କ୍ୟାରିୟରରେ ୮୭୬ ଚୌକା ଓ ୯୪୨ ଛକା ମଧ୍ୟ ମାରିଛନ୍ତି । ପୋଲାର୍ଡ ୱେଷ୍ଟଇଣ୍ଡିଜ ପକ୍ଷରୁ ୧୦୧ ଟ ି୨୦ ଖେଳି ୧୫୬୯ ରନ କରିଛନ୍ତି ।
Comments are closed.