Latest Odisha News

BREAKING NEWS

Apple Hebbal:ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ ଏହି ସ୍ଥାନରେ ଖୋଲିଲା ତୃତୀୟ ରିଟେଲ୍‌ ଷ୍ଟୋର..

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ (APPLE ) ଏବେ ଭାରତରେ ନିଜର ତୃତୀୟ ରିଟେଲ୍‌ ଷ୍ଟୋର ଖୋଲିଛି। ପ୍ରଥମ ଦୁଇଟି ଆପଲ୍ ଷ୍ଟୋର ପରି, ବେଙ୍ଗାଲୁରୁ (Bengaluru)ରେ ଖୋଲିଥିବା ଆପଲ୍ ହେବଲ୍‌ (Apple Hebbal) ମଧ୍ୟ ଗ୍ରାହକମାନଙ୍କୁ ସହାୟତ ଏବଂ ଉତ୍ପାଦ ଅଭିଜ୍ଞତା ପ୍ରଦାନ କରିବ।

ବେଙ୍ଗାଲୁରୁରେ ଖୋଲାଯାଇଥିବା ଏହି ନୂତନ ଆପଲ୍ ଷ୍ଟୋରରେ, ଆପଣ iPhone 16 ସିରିଜ୍, iPad, MacBook, AirPods, Apple Watch ଏବଂ AirTag ଭଳି ଉତ୍ପାଦଗୁଡ଼ିକର ଅଭିଜ୍ଞତା ପାଇପାରିବେ।

ଷ୍ଟୋର ବିଷୟରେ ସୂଚନା ଦେଇ ଆପଲ୍ କହିଛି ଯେ ହେବଲ୍‌ ଷ୍ଟୋରରେ ଭାରତର ୧୫ଟି ରାଜ୍ୟର ୭୦ ଜଣ ଟିମ୍ ସଦସ୍ୟଙ୍କୁ ସାମିଲ କରାଯାଇଛି। ଅନ୍ୟ ଆପଲ୍ ଷ୍ଟୋର ପରି, ହେବଲ୍‌ ଷ୍ଟୋର ମଧ୍ୟ ୧୦୦ ପ୍ରତିଶତ ନବୀକରଣୀୟ ଶକ୍ତି ( renewable energy )ରେ କାର୍ଯ୍ୟ କରେ ଏବଂ କାର୍ବନ ନ୍ୟୁଟ୍ରାଲ ( carbon-neutral) ।

ୟୁଜରମାନେ ଷ୍ଟୋରରେ ଆପଲ ଟ୍ରେଡ-ଇନ ପ୍ରୋଗ୍ରାମର ସୁବିଧା ସହିତ ଅନେକ ଆର୍ଥିକ ବିକଳ୍ପର ସୁବିଧା ପାଇବେ। କେବଳ ଏତିକି ନୁହେଁ, ଗ୍ରାହକମାନେ ଆଇଓଏସ (iOS)କୁ ସ୍ୱିଚ୍ କରିବା ପାଇଁ ୱାନ-ଅନ୍‌-ୱାନ ସପୋର୍ଟ ମଧ୍ୟ ପାଇବେ।

ଆପଲ୍ ହେବଲ୍‌ ଷ୍ଟୋର୍ ରେ ଛାତ୍ରଙ୍କଠାରୁ ଆରମ୍ଭ କରି କ୍ରିଏଟର୍ ଏବଂ ବ୍ୟବସାୟ ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଗଣା ଆପଲ୍ ଶିକ୍ଷା ଅଧିବେଶନ ମଧ୍ୟ ଆୟୋଜନ କରିବ।

ଏଥିସହ ଯେଉଁମାନେ ଅନଲାଇନ୍ ଅର୍ଡର ମାଧ୍ୟମରେ ଡିଭାଇସ୍ ବୁକ୍ କରନ୍ତି ଏବଂ ନିଜ ସୁବିଧା ଅନୁଯାୟୀ ସେଗୁଡିକୁ ନେବାକୁ ଆସନ୍ତି, ସେମାନଙ୍କ ପାଇଁ କମ୍ପାନୀ ଷ୍ଟୋରରେ ଏକ ପୃଥକ ପିକ୍-ଅପ୍ ଏରିଆ କରିଛି।

ଏହାପରେ କମ୍ପାନୀ ଏବେ ପୁଣେରେ ନିଜର ଚତୁର୍ଥ ରିଟେଲ୍‌ ଷ୍ଟୋର ଖୋଲିବାକୁ ପ୍ରସ୍ତୁତ ହେଉଛି, ଯାହା ଏହି ବର୍ଷ ଆପଲର ଦ୍ୱିତୀୟ ଷ୍ଟୋର ହେବ। କମ୍ପାନୀର ନୂତନ ରିଟେଲ୍‌ ଷ୍ଟୋର ସେପ୍ଟେମ୍ବର ୪ରେ ପୁଣେର କୋପା ସ୍ଥିତ ଆପଲ କୋରେଗାଓଁ ପାର୍କ( Apple Koregaon Park )ରେ ଖୋଲାଯିବ।

ବେଙ୍ଗାଲୁରୁ ଏବଂ ପୁଣେରେ ନୂତନ ଷ୍ଟୋରଗୁଡ଼ିକର ଶୁଭାରମ୍ଭ ଏପରି ଏକ ସମୟରେ ହୋଇଛି ଯେତେବେଳେ କମ୍ପାନୀ ସେପ୍ଟେମ୍ବର ୯ରେ ନୂତନ iPhone 17 ସିରିଜ୍ ଲଞ୍ଚ କରିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁସାରେ, ଲଞ୍ଚ ପରେ iPhone 17 ସିରିଜ୍ ରିଟେଲ୍‌ ଷ୍ଟୋରଗୁଡ଼ିକରେ ବିକ୍ରୟ ପାଇଁ ଉପଲବ୍ଧ ହୋଇପାରିବ।

Comments are closed.