ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରିବା ପରେ ତାଙ୍କୁ ମାତ୍ର ୩.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ ଏକ ପ୍ଲେସମେଣ୍ଟ ମିଳିଥିଲା। କିନ୍ତୁ ଏହି ଚାକିରିରେ ଯୋଗଦେବା ପାଇଁ ତାଙ୍କୁ ୮ ମାସର ଦୀର୍ଘ ଅପେକ୍ଷା କରିବାକୁ ପଡ଼ିଥିଲା।
ସଂଘର୍ଷରୁ ସଫଳତାର ଯାତ୍ରା
ଏହି ଯୁବକ ରେଡିଟ୍ରେ ନିଜର ସଂଘର୍ଷ ଓ ସଫଳତାର କାହାଣୀ ସେୟାର କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରି ସେ ଟେକ୍ନୋଲୋଜି ଦୁନିଆରେ ପାଦ ରଖିଥିଲେ। ବିଶେଷ କଥା ହେଲା, ସେ ନିଜ ପରିବାରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟକ୍ତି। କ୍ୟାମ୍ପସ ପ୍ଲେସମେଣ୍ଟରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି ମିଳିଥିଲା, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ପର୍ଯ୍ୟାପ୍ତ ନଥିଲା। ଏହା ସହିତ ୮ ମାସର ଅପେକ୍ଷା ତାଙ୍କୁ ଆହୁରି କିଛି କରିବା ପାଇଁ ପ୍ରେରଣା ଦେଇଥିଲା।
ଏହି ସମୟରେ ସେ ୫୦୦ରୁ ଅଧିକ ଚାକିରି ପାଇଁ ଆବେଦନ କରିଥିଲେ ଏବଂ ସବୁଠାରେ ଅସଫଳ ହୋଇଥିଲେ। ତଥାପି ସେ ହାର ମାନି ନଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ୫୦୦ରୁ ଅଧିକ ରିମୋଟ୍ ଜବ୍ ପାଇଁ ଆବେଦନ କରିଥିଲେ, ପ୍ରତ୍ୟେକ ଆବେଦନକୁ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ କରିଥିଲେ। ଅନ୍ତତଃ ଗୋଟିଏ ସ୍ଥାନରୁ ଇଣ୍ଟରଭ୍ୟୁ ପାଇଁ ଡାକରା ମିଳିଥିଲା। ଏହା ତାଙ୍କୁ ଓପନଏଆଇର ଏକ ପ୍ରୋଜେକ୍ଟରେ ରିମୋଟ୍ କାମ କରିବାର ସୁଯୋଗ ଦେଇଥିଲା। ଏହି ୨୩ ବର୍ଷୀୟ ଯୁବକ ଏବେ ନିଜର ରିମୋଟ୍ ଜବ୍ରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଦିନ-ରାତି ପରିଶ୍ରମର ଫଳ
ଓପନଏଆଇ କମ୍ପାନୀ ତାଙ୍କ ଉପରେ ଭରସା କରି କାମ କରିବାର ସୁଯୋଗ ଦେଇଥିଲା। ଏହି ପ୍ରୋଜେକ୍ଟ ତାଙ୍କ କ୍ୟାରିଅରକୁ ନୂଆ ଦିଗକୁ ନେଇଥିଲା ଏବଂ ଘରେ ବସି ମାସିକ ୨୦ ଲକ୍ଷ ଟଙ୍କା ରୋଜଗାର କରିବାର ଅସାଧାରଣ ସୁଯୋଗ ଦେଇଥିଲା।
ରେଡିଟ୍ରେ ସେ ନିଜର ସଫଳତାର ମନ୍ତ୍ର ମଧ୍ୟ ସେୟାର କରିଛନ୍ତି। ସେ ଦିନ-ରାତି କାମ କରିଥିଲେ, ପ୍ରତି ରାତିରେ ମାତ୍ର ୪-୫ ଘଣ୍ଟା ଶୋଇଥିଲେ ଏବଂ ଦୁନିଆରୁ ଅଲଗା ହୋଇ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥିଲେ। ସେ ପ୍ରମାଣ କରିଛନ୍ତି ଯେ ଦକ୍ଷତା ଓ ଇଣ୍ଟରନେଟ ସଂଯୋଗ ଥାଇଲେ ଭୌଗୋଳିକ ବାଧାକୁ ଅତିକ୍ରମ କରାଯାଇପାରେ। ତାଙ୍କୁ ମିଳିଥିବା ରିମୋଟ୍ ଜବ୍ର ଅଫର୍ ଏହାର ଜ୍ୱଳନ୍ତ ପ୍ରମାଣ।
BREAKING NEWS
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?
- ‘ଇଠା’ ଟ୍ରେଲର ରିଲିଜ୍, ‘ବିଠାବାଇ’ ଭୂମିକାରେ ଶ୍ରଦ୍ଧାଙ୍କ ଦମଦାର ଡାନ୍ସ ଓ ଆକ୍ଟିଂ
- ଟିମ୍ ଇଣ୍ଡିଆ ଏତେ ଟି୨୦ ମ୍ୟାଚ୍ ଖେଳୁଛି କାହିଁକି ? ୱାର୍ଲ୍ଡ କପ୍ ପରେ ଭାରତ ସବୁଠୁ ଆଗରେ, ଅଷ୍ଟ୍ରେଲିଆ ବହୁ ପଛରେ
- ଅକଲାଣ୍ଡ ଟି୨୦: ନ୍ୟୁଜିଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ
- ଗଂଜାମରେ ବନ୍ୟାସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଲେ ନବୀନ
- ମହାକାଶକୁ ଯିବ ନାଭିଗେସନ ସାଟେଲାଇଟ୍ NVS-03

Comments are closed.