Latest Odisha News

BREAKING NEWS

ବିଶ୍ୱର ବୟସ୍କା ମହିଳା ପାଳିଲେ ୧୧୭ତମ ଜନ୍ମଦିବସ !

ଟୋକିଓ: ଜାପାନର କେନ ତନାକା ବିଶ୍ୱର ଜୀବିତ ବୟସ୍କା ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୧୭ତମ ଜନ୍ମଦିନ ଇତି ମଧ୍ୟରେ ପାଳନ କରିଛନ୍ତି ।

୨ ଜାନୁୟାରୀ ୧୯୦୩ରେ ଏହି ମହିଳା ଜଣକ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ସେ ବୟସ୍କା ମହିଳା ଭାବେ ଜିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ । ଆଠ ଭାଇ ଭଉଣୀଙ୍କ ମଧ୍ୟରେ ତନାକାଙ୍କ ସ୍ଥାନ ୭ମ । ୧୯ ବର୍ଷ ବୟସରେ ସେ ହିଦୋଓଙ୍କୁ ବିବାହ କରିଥିଲେ । ତାଙ୍କର ୪ଟି ସନ୍ତାନ ଅଛନ୍ତି ।

ସେ ପରେ ଆଉ ଜଣେ ଶିଶୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ । କୋଲୋଷ୍ଟୋରାଲ କ୍ୟାନସର ମଧ୍ୟ ତାଙ୍କୁ ହରାଇ ପାରି ନ ଥିଲା । ତାଙ୍କ ପୂର୍ବରୁ ଜାପାନର ଚିୟୋ ମିୟାକୋ ବିଶ୍ୱର ବୟସ୍କା ମହିଳା ମାନ୍ୟତା ପାଇଥିଲେ । ଗତ ବର୍ଷ ଜୁଲାଇରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ତନାକା ଉପରୋକ୍ତ ମହିଳାଙ୍କ ବୟସ ରେକର୍ଡ ଭାଙ୍ଗିଛନ୍ତି ।

ଅନ୍ୟ ଦେଶ ତୁଳନାରେ ଜାପାନାରେ ୧୦୦ରୁ ଅଧିକ ବୟସ୍କ ଲୋକ ରହିଛନ୍ତି । ସୁସ୍ଥ ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ଏହାର ମୁଖ୍ୟ କାରଣ ।

Leave A Reply

Your email address will not be published.