କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର ପୋଲିସ ବିଟ୍ ହାଉସରେ କାର୍ଯ୍ୟରତ ଏସ୍ଆଇ ପ୍ରସନ୍ନ କୁମାର ମାହାଳି(Sri Prasanna Kumar Mohali)ଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଟିମ୍ । ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ୍ ।
ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ ଏସ୍ଆଇ ପ୍ରସନ୍ନ କୁମାର ମାହାଳି । ଅଫିସ୍ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଗିରଫ କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ଅନୁସାରେ, ଏସଆଇ ମାହାଳିଙ୍କ ନାଁରେ ଲାଞ୍ଚ କାରବାର ଅନେକ ଅଭିଯୋଗ ରହିଛି ।
Comments are closed.