ଗୁଜୁରାଟ: ଗୁଜରାଟର ପଞ୍ଚମହାଲ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ପାବାଗଡ଼(Pavagadh Hill temple )ରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଚମହାଲ ଜିଲ୍ଲାରେ ପାବାଗଡ଼ରେ ମାଲବାହୀ ରୋପୱେ ତାର ଛିଣ୍ଡି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏକ ମାଲବାହୀ ରୋପୱେ ହଠାତ୍ ଛିଣ୍ଡି ପଡ଼ିବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଲିଫ୍ଟ ଅପରେଟର, ୨ ଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣ ବ୍ୟକ୍ତି ସାମିଲ ଅଛନ୍ତି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି।
ପଞ୍ଚମହାଲ କଲେକ୍ଟର ଘଟଣାର ସୂଚନା ଦେଇଛନ୍ତି। କୁହାଯାଉଛି ଯେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ରୋପୱେ ତାର ଛିଣ୍ଡି ଯିବରୁ ଏହି ଦୁର୍ଘଟଣା ଘଟିଥିଲା।
ତେବେ ମାଲବାହୀ ରୋପୱେ ଛିଣ୍ଡି ଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
Comments are closed.