ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଳ ହାସନ ଦୀର୍ଘ ଦିନ ପରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ଏହି ଖବର ଶୁଣିବା ପରେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦୁବାଇରେ ଆୟୋଜିତ ନେକ୍ସା ସିମା ଆୱାର୍ଡ୍ସ ୨୦୨୫ ଅବସରରେ କମଳ ହାସନ ଏହି ଘୋଷଣା କରିଛନ୍ତି । ୪୬ ବର୍ଷ ପରେ ଆମେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଯାହାକି ବହୁତ ପୂର୍ବରୁ ହେଇ ଯିବାର ଥିଲା ବୋଲି ସେ କହିଛନ୍ତି । ଲୋକେଶ କନଗରାଜଙ୍କ ଆଗାମୀ ଫିଲ୍ମରେ ସେମାନେ ଏକତ୍ର ଅଭିନୟ କରିବେ । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲ ବ୍ୟାନରରେ ଏହା ନିର୍ମିତ ହେଉଛି ।
ଅବଶ୍ୟ ଏ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । କମଳ ହାସନଙ୍କ ଘୋଷଣା ପରେ ଏବେ ଏଥିରେ ଖୁବ ଶୀଘ୍ର ମୋହର ଲାଗିବ ବୋଲି ଆଶା କରାଯାଉଛି । ୧୯୭୯ରେ ଆର ଅଲ୍ଲାଉଦୀନମ ଅଲଭୂ୍ା ୱିଲକ୍କମ ଫିଲ୍ମରେ ଉଭୟ ଶେଷ ଥର ଏକତ୍ର ଅଭିନୟ କରିଥିଲେ ।
Comments are closed.