ଦୁବାଇ: ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ମଙ୍ଗଳବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସଞ୍ଜୁ ସାମସନ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର ଦେଇଥିଲେ । ଆମେ ସଞ୍ଜୁଙ୍କ ଉପରେ ନଜର ରଖିଛୁ । ଦଳରେ ଜୀତେଶ କୁମାର ଓ ସଞ୍ଜୁ ୨ଜଣ ଭଲ ୱିକେଟକିପର ରହିଛନ୍ତି । ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ମ୍ୟାଚର ଠିକ ପୂର୍ବରୁ ସଞ୍ଜୁ ଓ ଜୀତେଶଙ୍କ ମଧ୍ୟରେ କିଏ ଖେଳିବେ ସେ ସମ୍ପର୍କରେ ଆପଣମାନଙ୍କୁ ଜଣାଇଦେବୁ ।
ରୋହିତ ଶର୍ମା ଓ ବିରାଟ କୋହଲି ଟି୨୦ରୁ ଅବସର ନେବା ପରେ ଟିମ ଇଣ୍ଡିଆ ପ୍ରଥମ ବଡ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ତେବେ ରିପୋର୍ଟ ମୁତାବକ ବର୍ତମାନ ପର୍ଯ୍ୟନ୍ତ ଜୀତେଶ ପ୍ରଥମ ପସନ୍ଦ ରହିଛନ୍ତି । ଶୁଭମନ ଗିଲ ଖେଳିବା ନିଶ୍ଚିତ ହୋଇଥିବାରୁ ସଞ୍ଜୁ ଓପନିଂ କରିପାରିବେ ନାହିଁ । ଅପରପକ୍ଷରେ ନିମ୍ନ ଭାଗରେ ଜୀତେଶଙ୍କ ପ୍ରଦର୍ଶନ ଭଲ ରହିଛି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତି, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ ଓ ଅର୍ଶଦୀପ ସିଂ ।
Comments are closed.