ନୂଆପଡା : ନୂଆପଡାରେ ଅପରେସନ ଶୁଦ୍ଧି ପରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆକ୍ସନ ମୋଡରେ ଅଛନ୍ତି ଏସପି ଅମରିତ ପାଲ ସିଂ । ଜିଲ୍ଲାରେ ଅପରେସନ ପ୍ରହାର ଆରମ୍ଭ ହେବାରୁ ୧୩ଜଣ ଅଭିଯୁକ୍ତ ଧରାପଡିଛନ୍ତି । ୧୩ଜଣଙ୍କ ମଧ୍ୟରେ ୬ଜଣ ମହିଳା ଥିବା ସୂଚନା ମିଳିଛି । ନୂଆପଡାରେ ଅଲଗା ଜାଗାରୁ ଅତର୍କିତ ଚଢାଉ କରି ପୋଲିସ ୬୧ କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ।
ସୁରଜ ନାମକ ଏକ ଘରୋଇ ବସରେ ଚଢାଉ କରି ପୋଲିସ ୫୧ କିଲୋମ ୫ଶହ ଗଞ୍ଜେଇ ଜବତ କରିଛି । ଏଥିରେ ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଅଛନ୍ତି । ସେହିପରି ନୂଆପଡା ରେଳ ଷ୍ଟେସନକୁ ଯିବା ରାସ୍ତାରେ ୨ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ଦିନରେ ମାତ୍ର ୨ ଘଣ୍ଟା ମଧ୍ୟରେ ପୋଲିସ ଅତର୍କିତ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ୧୩ଜଣଙ୍କୁ ଗିରଫ କରିଛି ।
Comments are closed.