Latest Odisha News

BREAKING NEWS

ବନ୍ୟାଞ୍ଚଳରେ ନୌସେନା ହେଲିକପ୍ଟର: ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳରେ ନୌସେନା (Naval) ଏବଂ କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡ଼ିଆ ଏୟାର ଡ୍ରପ୍ (ଆକାଶମାର୍ଗରୁ ବଣ୍ଟନ) କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି‌। ବିଶେଷ କରି ଗଞ୍ଜାମ ଜିଲ୍ଲାର ପ୍ରବଳ ବନ୍ୟା ଜଳଘେରରେ ଥିବା ଏବଂ ସାଧାରଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦୁର୍ଗମ ଅଞ୍ଚଳଗୁଡିକରେ ଏହି ରିଲିଫ୍ ସାମଗ୍ରୀ ପହଞ୍ଚାଯି।

ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ଦୁଇ ଜଣିଆ କେନ୍ଦ୍ରିୟ ଟିମ୍ । ନାଭାଲ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡିଆ ହେବ ଏଆର ଡ୍ରପ । ଗଞ୍ଜାମର ୨୨ ସ୍ଥାନରେ ଏଆର ଡ୍ରପ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଆବଶ୍ୟକ ପଡ଼ିଲେ ଆଜି ମଧ୍ୟ ରେସ୍କ୍ୟୁ ପାଇଁ ଏଆର ଲିଫ୍ଟ କରାଯିବ । କୋଷ୍ଟ ଗାର୍ଡ ସହ ନାଭାଲ ହେଲିକପ୍ଟର ନିୟୋଜିତ । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ନୋଡାଲ ସେଣ୍ଟର କରାଯାଇଛି ।

ଗଞ୍ଜାମ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଗଜପତି ଓ କନ୍ଧମାଳ ଜିଲ୍ଲା ବି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ଓଡ଼ିଶାରେ ୧୩୨ ମିଲିମିଟର ବର୍ଷା ହୋଇଛି । ସ୍ଵାଭାବିକ ବର୍ଷା ଠୁ ୧୮.୭ ପ୍ରତିଶତ ଅଧିକ। ତିନି ଦିନ ମଧ୍ୟରେ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ତିନି ଦିନ ମଧ୍ୟରେ ୧୧୮ ପ୍ରତିଶତ ବର୍ଷା ହୋଇଛି । ଗଞ୍ଜାମରେ ୨୨ ବ୍ଲକ୍ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଛି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ ୯ ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ସ୍ଥାନାନ୍ତରଣ କରଯାଇଛି ।

ନାଭାଲ ହେଲିକପ୍ଟର ଖାଦ୍ୟ ପୁଡିଆ ଏଆର ଡ୍ରପ କରିବ । ୨୨ ସ୍ଥାନରେ ଏଆର ଡ୍ରପ କରାଯିବ। ହିଞ୍ଜିଳି,ଚିକିଟି, ପୁରୁଷତ୍ତମପୁର ,ଶେରଗଡ,ଧରାକୋଟ,ଆସ୍କା,ବେଲଗୁଣ୍ଠା ଭଳି ସ୍ଥାନରେ ଏଆର ଡ୍ରପ କରାଯିବ। ଏବେ ଉଡାଣ ଆରମ୍ଭ କରିବ ନାଭାଲ ହେଲିକପ୍ଟର । ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବ। ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବ ପର ହେଉନଥିଲା । ଆଜି ସ୍ଥିତି ସୁଧୁରିଛି । ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ କୌଣସି କାଜୁଆଲିଟି ରିପୋର୍ଟ ଆସିନାହିଁ । ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଋଷିକୁଲ୍ୟା ନଦୀର ବନ୍ୟା ଜଳ ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଛି ଏବଂ ପ୍ରଖର ସ୍ରୋତ ଯୋଗୁଁ ସାଧାରଣ ବୋଟ୍ ଯୋଗେ ସେଠାରେ ପହଞ୍ଚିବା ସମ୍ଭବ ହେଉ ନଥିବାରୁ ହେଲିକପ୍ଟରର ସହାୟତା ନିଆଯାଉଛି। ଏହାସହିତ ପାଣି କମିବା ପରେ NDRF ଏବଂ ODRAF ଟିମ୍ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକୁ ଜୋରଦାର କରିବେ।

Leave A Reply

Your email address will not be published.